ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଜିତେନ୍ଦ୍ର ଆହ୍ୱାଡଙ୍କ ବିବାଦିୟ ବୟାନ: ଭଗବାନ ରାମ ଥିଲେ ମାଂସାହାରୀ !
ପ୍ରଭୁ ରାମଙ୍କୁ ନେଇ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଜିତେନ୍ଦ୍ର ଆହ୍ୱାଡଙ୍କ ବିବାଦିୟ ବୟାନ । ସେ କହିଛନ୍ତି, ‘ଭଗବାନ ରାମ ଶାକାହାରୀ ନଥିଲେ, ମାଂସାହାରୀ ଥିଲେ।’ । ବୁଧବାର ଦିନ ମହାରାଷ୍ଟ୍ରର ଶ୍ରୀଦିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ରାମଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଏନସିପିର ଶରଦ ପାୱାର କ୍ୟାମ୍ପରେ ଥିବା ଜିତେନ୍ଦ୍ର ଆହ୍ୱାଡ ।
ସେ ଆହୁରି କହିଛନ୍ତି, ‘ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ପଶୁ ଶିକାର କରନ୍ତି ଏବଂ ଖାଆନ୍ତି ମଧ୍ୟ । ହେଲେ ଏଠି କିଛି ବ୍ୟକ୍ତି ପ୍ରଭୁ ରାମଙ୍କ ଉଦାହରଣ ଦେଇ ଲୋକଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି ହେଲେ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଜଣେ ବ୍ୟକ୍ତି ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ – ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?” ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ଏନସିପି ନେତାଙ୍କ ଏପରି ବିବାଦିୟ ବୟାନ ପରେ ସବୁଠି ବିରୋଧ ଆରମ୍ଭ ହୋଇଯାଇଛି । ଏନସିପି ଅଜିତ ପାୱାରଙ୍କ ଦଳର ନେତା ମାନେ ଗତକାଲି ତାଙ୍କ ମୁମ୍ବାଇ ସ୍ଥିତ ଘର ବାହାରେ ପହଞ୍ଚି ହଙ୍ଗମା କରିବା ଆରମ୍ଭ କରିଥିଲେ ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳି ଥିଲା । ଏନସିପି ନେତାଙ୍କ ଘର ବାହାରେ ବିକ୍ଷୋବ ପ୍ରଦର୍ଶନ କରୁଥିବା ଲୋକେ ଦାବି କରିଛନ୍ତି ଯେ ଆୱାଡଙ୍କ ଏପରି ମନ୍ତବ୍ୟ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଉଛି । ଯେଉଁଥି ପାଇଁ ବର୍ତ୍ତମାନ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ ।
ସେହିପରି ସୋସିଆଲ ମିଡିଆରେ ମଧ୍ୟ ଏନସିପି ନେତାଙ୍କ ଏପରି ବିବାଦିୟ ବୟାନକୁ ବିବାଦ ଲାଗି ରହିଛି । ତାଙ୍କର ଏପରି ବିବୃତିକୁ ଅନେକ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବିବାଦ ବଢୁଥିବା ପରେ ଏପରି ବିବୃତି ପାଇଁ ସେ କ୍ଷମା ମାଗିଛନ୍ତି ।