ରାଜଧାନୀ ଦିଲ୍ଲୀରୁ ୯୦୦ କୋଟି ଟଙ୍କା କୋକେନ ଜବତ କରିଛି ଏନସିବି

ରାଜଧାନୀ ଦିଲ୍ଲୀରୁ ନାର୍କୋଟିକ୍ସ କ‌େଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ୮୨.୫୩ କିଗ୍ରାର କୋକେନ ଜବତ କରିଛି। ଜବତ କୋକେନର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପଶ୍ଚିମ ଦିଲ୍ଲୀର ନାଗଲୋଇ ଓ ଜନକପୁରୀ ଅଞ୍ଚଳରୁ ଏହି ମାଦକ ଦ୍ରବ୍ୟ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଜଣେ କୋରିୟର ଅଧିକାରୀଙ୍କ ଠାରୁ ଏହି ମାଦକ ଦ୍ରବ୍ୟ ଜବତ ହୋଇଛି। ଏହାକୁ ଅଷ୍ଟ୍ରେଲିଆ ପଠାଯିବାର ଯୋଜନା ଥିଲା। ଏହି ମାଦକ ଦ୍ରବ୍ୟ ଜବତକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏନସିବିକୁ ଅଭିନନ୍ଦନ ଜଣାଇଛନ୍ତି। ଶୁକ୍ରବାର ଗୁଜରାଟ ଉପକୂଳରୁ ୭୦୦ କିଲୋ ମାଦକ ଦ୍ରବ୍ୟ ଜବତ ହୋଇଛି।

Related Articles

Back to top button