ନିଟ୍ ପିଜି ୨୦୨୩ ପରୀକ୍ଷା ପୋଷ୍ଟପୋନ୍ ହେବ ନାହିଁ, ମାର୍ଚ୍ଚ ୫ ରେ ହେବ – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ: ନିଟ୍ ପିଜି ୨୦୨୩ ପରୀକ୍ଷା ପୋଷ୍ଟପୋନ୍ ବା ସ୍ଥଗିତ ହେବ ନାହିଁ । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଗତ କାଲି ଅର୍ଥାତ୍ ୧୦ ଫେବୃଆରୀ ୨୦୨୩ ରେ ବୟାନ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମନ୍ତ୍ରୀ କହିଛନ୍ତି ଯେ, ଏକାଡେମିକ୍ କ୍ୟାଲେଣ୍ଡରରେ ଅଧିକ ବିଳମ୍ବ ନହେବା ପାଇଁ ପରୀକ୍ଷା ସ୍ଥଗିତ ରଖାଯିବ ନାହିଁ ।

ତେବେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଆଣ୍ଡ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ଏବଂ ନିଟ୍ ପିଜି ପ୍ରାର୍ଥୀ ପରି ଡାକ୍ତରୀ ସଂଘ ନିଟ୍ ପିଜି ୨୦୨୩ ପରୀକ୍ଷାରେ ଅତି କମରେ ୨ ରୁ ୩ ମାସ ବିଳମ୍ବ କରିବାକୁ ଦାବି କରିଛନ୍ତି । ଫଳାଫଳ ଘୋଷଣା ଏବଂ କାଉନସେଲିଂ ପ୍ରକ୍ରିୟା ମଧ୍ୟରେ ବ୍ୟବଧାନ ହ୍ରାସ କରିବାକୁ ସେମାନେ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୂର୍ବରୁ ହିଁ ଇଣ୍ଟର୍ନସିପ୍ ସମୟସୀମାକୁ ଜୁନ୍ ୩୦ ରୁ ବଢ଼ାଇ ୧୧ଅଗଷ୍ଟ ୨୦୨୩ କରିସାରିଛି । ଏହାକୁ ଦୃଷ୍ଟିରେ ରଖି ମାଣ୍ଡଭିଆ କହିଛନ୍ତି ଯେ, ପରୀକ୍ଷାର ପୁନଃନିର୍ଦ୍ଧାରଣ କରାଯିବ ନାହିଁ । ମନସୁଖ ମାଣ୍ଡଭିଆ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କହିଛନ୍ତି ଯେ, ସରକାର ଇଣ୍ଟର୍ନସିପ୍ କଟ୍ ଅଫ୍ ତାରିଖକୁ ୧୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଯାହାଫଳରେ ଦେଶର କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଅଯୋଗ୍ୟ ହେବେ ନାହିଁ । ଦ୍ୱିତୀୟରେ ଛାତ୍ରମାନଙ୍କୁ ପ୍ରାୟ ପାଞ୍ଚ ମାସ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ ମାର୍ଚ୍ଚ ୫ ରେ ନିଟ୍ ପିଜି ୨୦୨୩ ପରୀକ୍ଷା ଆୟୋଜିତ କରାଯିବ ।

Related Articles

Back to top button