ମା-ପୁଅ ଏକାଠି ଯାଉଛନ୍ତି ସ୍କୁଲ; ପୁଅ ଷଷ୍ଠ, ମା ସପ୍ତମ

କାଠମାଣ୍ଡୁ: ଗୋଟିଏ ସ୍କୁଲରେ ପଢୁଛନ୍ତି ମା–ପୁଅ। ନେପାଳର ପାର୍ବତୀ ସୁନାର ପଢ଼ା ଛାଡ଼ିବାର ୧୨ ବର୍ଷ ପରେ ପୁଅ ସାଂଗରେ ଏବେ ପାଠ ପଢ଼ିବାକୁମନ ବଳାଇଛନ୍ତି। ସପ୍ତମ ଶ୍ରେଣୀରେ ନାମ ଲେଖାଇ ଦୈନିକ ପୁଅକୁ ସାଇକେଲରେ ବସାଇ ନେଉଛନ୍ତି। ବିଭିନ୍ନ ସାମାଜିକ ବ୍ୟାଧି ଯୋଗୁଁ ଅଧାରୁ ପାଠ ଛାଡୁ଼ଥିବା ଝିଅ ମାନେ ପୁଣି ସ୍କୁଲକୁ ଫେରିବା ପାଇଁ ପାର୍ବତୀ ହେଉଛନ୍ତି ପ୍ରେରଣା।

ପାର୍ବତୀ ୧୫ ବର୍ଷର ହୋଇଥିବା ବେଳେ ତାଂକର ଜଣେ ସିନିୟର ସାଂଗରେ ବିବାହ କରି ଘରୁ ଖସି ପଳାଇଥିଲେ। ଦୀର୍ଘ ୧୨ ବର୍ଷ କାଳ ଗୃହ ସହାୟିକାଭାବେ କାମ କରିବା ପରେ ଏବେ ପାର୍ବତୀ ବୁଝିଛନ୍ତି ପାଠର ମହତ୍ୱ।

ପାର୍ବତୀଂକ ଦୁଇଟି ପୁଅ ଅଛନ୍ତି। ରେଶମ ୧୧ ଏବଂ ଅର୍ଜୁନ ୭। ପୁଅ ବୟସର ପିଲାଂକ ସହ ପାଠ ପଢି ପାର୍ବତୀ ଭାରି ଖୁସି ଆଉ ଉତ୍ସାହିତ ଅଛନ୍ତି।

Related Articles

Back to top button