କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ : ଶିକ୍ଷା କ୍ଷେତ୍ରରେ ନୂଆ ସଂରକ୍ଷଣ ନୀତି ଲାଗୁ

ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। କ୍ୟାବିନେଟରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶିକ୍ଷା କ୍ଷେତ୍ରରେ ନୂଆ ସଂରକ୍ଷଣ ନୀତି ଲାଗୁ କରାଯାଇଛି। ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ ହେବ ସଂରକ୍ଷଣ। ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ। ଆଇଟିଆଇ ଗୁଡିକରେ ନିଯୁକ୍ତି ସର୍ତ୍ତାବଳୀରେ ପରିବର୍ତ୍ତିନ କରାଯାଇଛି। ସେହିପରି ଡିଡି ବିଶ୍ବବିଦ୍ୟାଳୟକୁ ମିଳିବ ଜମି। ରାଜସ୍ବ ବିଭାଗ ଜମି ଯୋଗାଇ ଦେବ।ଏସସି/ଏସଟି ପାଇଁ ଯାହା ସଂରକ୍ଷଣ ଥିଲା ବଳବତ୍ତର ରହିବ । +୨ ଏବଂ +୩ ସ୍ତରରେ ଲାଗୁ ହେବ । ଏସସି -16.25 %, ଏସଟି-22.5% ସଂରକ୍ଷଣ ଲାଗୁ। ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା । ସ୍ନାତକ, ସ୍ନାତକୋତ୍ତର କ୍ଷେତ୍ରରେ ଲାଗୁ ହେବ । ୨୦୨୫-୨୬ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ନିଷ୍ଫତ୍ତି ।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା ସାହିତ୍ୟ,ବିପିଇଡି, ଏମପିଇଡି ପାଇଁ ଲାଗୁ ହେବ । ଆର୍ଥିକ ଓ ସାମାଜିକ ଦୃଷ୍ଟରୁ ପଛୁଆ ବର୍ଗଙ୍କୁ ମିଳିବ ସଂରକ୍ଷଣ ସୁବିଧା । ଉଚ୍ଚଶିକ୍ଷାରେ ନୂଆ ସଂରକ୍ଷଣ ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

Related Articles

Back to top button