ଲୋକସଭାରେ ୬୨୨ ପୃଷ୍ଠା ବିଶିଷ୍ଟ ନୂଆ ଆୟକର ବିଧେୟକ ଆଗତ ହୋଇଛି

ଲୋକସଭାରେ ନୂଆ ଆୟକର ବିଧେୟକ ଆଗତ ହୋଇଛି । ୬୨୨ ପୃଷ୍ଠା ବିଶିଷ୍ଟ ଏହି ବିଧେୟକ ୬ ଦଶକ ପୁରୁଣା ଆୟକର ଆକ୍ଟ ୧୯୬୧ ବଦଳରେ ଲାଗୁ ହେବ । ପ୍ରସ୍ତାବିତ ଆଇନକୁ ଆୟକର ଅଧିନିୟମ ୨୦୨୫ କୁହାଯିବ ଏବଂ ଏହା ଏପ୍ରିଲ ୨୦୨୬ରୁ ଲାଗୁ ହେବା ଆଶା କରାଯାଉଛି ।ବିଧେୟକରେ ପୃଷ୍ଠା ୮୨୩ଠୁ ହ୍ରାସ ପାଇ ୬୨୨ ରହିଯାଇଛି । ତେବେ ଚାପ୍ଟର ସଂଖ୍ୟା ୨୩ ରହିଛି । ସେକ୍ସନ ୨୯୮ରୁ ବୃଦ୍ଧି ପାଇ ୫୩୬ କରିଦିଆଯାଇଛି । ପୂର୍ବରୁ ବଜେଟରେ ଆୟକରକୁ ନେଇ ବଡ ଆଶ୍ବସ୍ତି ଦିଆଯାଇଥିଲା । ନୂଆ ନିୟମ ଅନୁସାରେ ଏଣିକି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ କୌଣସି କର ଦେବାକୁ ପଡିବନାହିଁ ।

ନୂଆ ଆୟକର ବିଧେୟକକୁ ଶୁକ୍ରବାର କ୍ୟାବିନେଟ୍ ମଞ୍ଜୁରି ଦେଇଥିଲା । ଲୋକସଭାରେ ଆଗତ ହେବା ପରେ ଏହାକୁ ସଂସଦୀୟ ସମିତି ନିକଟକୁ ପଠାଯିବ । ସମିତି ସୁପାରିଶ ଦେବା ପରେ ପୁଣି ସରକାର କ୍ୟାବିନେଟ୍ ମାଧ୍ୟମରେ ଏଥିରେ ନିଷ୍ପତ୍ତି ନେବେ କି ଏହି ସଂଶୋଧନକୁ ସାମିଲ କରିବା ଜରୁରି କି ନାହିଁ । ଏହା ପରେ ବିଧେୟକ ସଂସଦକୁ ପୁଣି ଆସିବ ଏବଂ ସରକାର ଏହାକୁ ଲାଗୁ କରିବାର ତାରିଖ ଉପରେ ନିଷ୍ପତ୍ତି ନେବେ । ସରକାର ଅନେକ ବର୍ଷ ହେବ ଆୟକର ବିଧେୟକକୁ ସହଜ କରିବା ପାଇଁ ଚେଷ୍ଟା କରୁଥିଲେ । ଏଥିପାଇଁ ୨୦୧୮ରେ ଏକ ସ୍ବତନ୍ତ୍ର ଦଳ ମଧ୍ୟ ଗଠନ ହୋଇଥିଲା ଯାହା ୨୦୧୯ରେ ନିଜ ରିପୋର୍ଟ ପ୍ରଦାନ କରିଥିଲା ।

Related Articles

Back to top button