ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ବୃଦ୍ଧି ହେତୁ ଆଗୁଆ ଚେକ-ଇନ କରିବାକୁ ହେବ

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ବୃଦ୍ଧି ହେତୁ ବିମାନ କମ୍ପାନୀଗୁଡିକ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଇଣ୍ଡିଗୋ ବିମାନ ସେବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ଘରୋଇ ବିମାନ ଉଡ଼ାଣ ପାଇଁ ନିର୍ଦ୍ଧାରିତ ସମୟର ୩.୫ ଘଣ୍ଟା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାକୁ କହିଛି। ବିପୁଳ ଜନସମାଗମ ପରେ ବିମାନ ଚଳାଚଳ ମନ୍ତ୍ରଣାଳୟ କଠୋରତା ଦେଖାଇବା ପରେ ବିମାନ କମ୍ପାନୀଗୁଡିକ ଏହି ପରିବର୍ତ୍ତନ କରିଛନ୍ତି।

ସୂଚନା ଅନୁସାରେ ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଭିଡ ଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ବନ୍ଦରରେ ଯାତାୟାତ ହ୍ରାସ ତଥା ଯାତ୍ରୀମାନଙ୍କ ସୁବିଧା ପାଇଁ ମଙ୍ଗଳବାର ଦିନ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥିରେ ଚେକ୍ ଇନ୍ ଏବଂ ବ୍ୟାଗେଜ୍ ଡ୍ରପ୍ କାଉଣ୍ଟରରେ କର୍ମଚାରୀଙ୍କ ନିୟୋଜନ ଠାରୁ ଆରମ୍ଭ କରି ବିମାନ ଧରିବା ସମୟ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରାଯାଇଛି।

Related Articles

Back to top button