ଆଇସିୟୁରେ ଭର୍ତ୍ତି ହେବା ଖବର ମିଛ : ରତନ ଟାଟା

ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌‌ ରତନ ଟାଟା ଅସୁସ୍ଥ ହୋଇପଡ଼ିଥିବା ଖବର ଜଣାପଡ଼ିଥିଲା। ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା। ତେବେ ହସ୍ପିଟାଲରୁ ମିଳିଥିବା ସୂଚନା ଆଧାରରେ ୮୬ବର୍ଷୀୟ ରତନ ଟାଟାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେପଟେ ସ୍ୱାସ୍ଥ୍ୟବସ୍ଥା ନେଇ ରତନ ଟାଟା ଏକ ବିବୃତି ଜାରି କରି କହିଛନ୍ତି ଯେ ‘ବୟସ ଜନିତ ସମସ୍ୟା କାରଣରୁ ସେ ଚେକ୍‌‌ ଅପ୍‌‌ ପାଇଁ ମେଡିକାଲ ଯାଇଥିଲେ। ଏଥିରେ ଚିନ୍ତା କରିବାର କିଛି ନାହିଁ। ବୟସ ଜନିତ ଜଟିଳତା ପାଇଁ ଡାକ୍ତରୀ ପରୀକ୍ଷା କରିବାକୁ ଯାଇଥିଲେ। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସିୟୁରେ ଭର୍ତ୍ତି ହେବା ଖବର ମିଛ, ଗୁଜବରେ ଜନସାଧାରଣ ବିଶ୍ୱାସ କରନ୍ତୁ ନାହିଁ ବୋଲି ନିଜେ ରତନ ଟାଟା କହିଛନ୍ତି।

Related Articles

Back to top button