ଗୋରଖନାଥ ମନ୍ଦିରରେ ଆକ୍ରମଣ ଘଟଣାରେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେଲେ କୋର୍ଟ

ନୂଆଦିଲ୍ଲୀ: ଗତବର୍ଷ ଗୋରଖନାଥ ମନ୍ଦିରରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଧରାପଡ଼ିଥିବା ଅପରାଧି ଅହମଦ ମୁର୍ତାଜା ଆବ୍ବାସୀକୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ। ଏ ନେଇ ସୂଚନା ଦେଇଛନ୍ତି ଏଡିଜି(ଲ୍ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର। ଆଇପିସି ଧାରା ୧୨୧ରେ ଦୋଷୀକୁ ମୃତ୍ୟୁ ଦଣ୍ଡ ମିଳିଛି। ଏଥିସହିତ ପୁଲିସ କର୍ମୀ ଉପରେ ଆକ୍ରମଣ ଘଟଣାରେ ଧାରା ୩୦୭ରେ ଦୋଷୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ଏଡିଜି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତବର୍ଷ ଏପ୍ରିଲ୩ ତାରିଖରେ ଅହମଦ ମୁର୍ତାଜା ଉତ୍ତର ପ୍ରଦେଶ ଗୋରଖନାତ ମନ୍ଦିରରେ ପଶି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ନିଜେ ଓ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ। ପୁଲିସ ତାକୁ ଘଟଣା ସ୍ଥଳରେ ହିଁ କାବୁ କରିଥିଲା। ତଦନ୍ତ ପରେ ଜଣାପଡ଼ିଥିଲା ଯେ ଅହମଦ ମୁର୍ତାଜ କେମିକଲ ଇଞ୍ଜିନିୟରିଂରେ ପାଠ ପଢ଼ିଥିବା ବେଳେ ଆତଙ୍କବାଦୀ ସଂଗଠନ ISIS ସହିତ ତାର ସମ୍ପର୍କ ରହିଥିଲା।

ଏଡିଜି ପ୍ରଶାନ୍ତ କୁମାରଙ୍କ ସୂଚନା ଅନୁଯାୟୀ ମୁର୍ତାଜା ISISକୁ ସମର୍ଥନ କରିବା ସହ ସଂଗଠନରେ ଆତଙ୍କବାଦୀ ଭର୍ତ୍ତି କରିବା ଓ ପାଣ୍ଠି ଯୋଗାଇବାକୁ ଶପଥ ନେଇଥିଲା। ପୁଲିସ ଅଧିକ ତଦନ୍ତ କରିବାରେ ମୁର୍ତ୍ତାଜା ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ଥିବା ଧରାପଡ଼ିଯାଇଥିଲା।

ଉତ୍ତର ପ୍ରଦେଶ ଗୋରଖପୁରର ବାସିନ୍ଦା ଅହମଦ ମୁର୍ତାଜା ଅବ୍ବାସୀ ୨୦୧୫ରେ  IIT ମୁମ୍ବାଇରୁ କେମିକଲ ଇଞ୍ଜିନିୟରିଂରେ ପାଠ ପଢ଼ା ସାରିଥିଲା। ଏହାପରେ ସେ ଦୁଇଟି ବଡ଼ ବଡ଼ କମ୍ପାନୀରେ କାମ କରିଥିଲା। ୨୦୧୭ରୁ ସେ ମାନସିକ ସମସ୍ୟା ଦେଇ ଗତି କରୁଥିଲା ବୋଲି ଆବ୍ବାସୀଙ୍କ ପରିବାର ଲୋକେ କହିଛନ୍ତି। ଏଥିପାଇଁ ସେ ଚିକିତ୍ସିତ ହେଉଥିଲା। ଏଥିପାଇଁ ପତ୍ନୀଙ୍କ ସହ ଆବ୍ବାସୀର ସମ୍ପର୍କ ଖରାପ ହୋଇଯାଇଥିଲା। ଉଭୟଙ୍କର ଛାଡ଼ପତ୍ର ବି ହୋଇସାରିଛି।

ଗୋରଖପୁର ମନ୍ଦିରରେ ପଶି ଆକ୍ରମଣ କରିବା ଘଟଣାରେ ୨୦୨୨ ଏପ୍ରିଲ ମାସରେ ତାକୁ ଗିରଫ କରାଯାଇଥିଲା। ଏହାପରେ ଘଟଣା ତଦନ୍ତ ଆରମ୍ଭ ହୋଇଥିଲା। ଅବ୍ବାସୀ ଭୟଙ୍କର ଆତଙ୍କୀ ସଂଗଠନ ISIS ସହ ମିଶିଛି ବୋଲି ଜାଣିବାକୁ ପାଇଥିଲା ପୁଲିସ୍।

Related Articles

Back to top button