୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତହବୁର ରାଣାକୁ ଆଉ ୧୨ ଦିନ ପାଇଁ ରିମାଣ୍ଡରେ ନେଇଛି ଏନ୍ଆଇଏ

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତହବୁର ରାଣାକୁ ଆଉ ୧୨ ଦିନ ପାଇଁ ରିମାଣ୍ଡରେ ନେଇଛି ଏନ୍ଆଇଏ । ପଟିଆଲା ହାଉସ୍ କୋର୍ଟରେ ଏନ୍ଆଇଏ ତହବୁର ରାଣାକୁ ସୋମବାର ହାଜର କରିଛି । ତେବେ ତହବୁର ତଦନ୍ତରେ ସହଯୋଗ କରୁ ନ ଥିବା ଏନ୍ଆଇଏ କୋର୍ଟକୁ ଅବଗତ କରାଇଛି । ଏନ୍ଆଇଏ ୧୨ ଦିନିଆ ରିମାଣ୍ଡ ପାଇଁ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲା । ସ୍ୱତନ୍ତ୍ର ବିଚାରପତି ଚନ୍ଦ୍ରଜୀତ ସିଂହ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ତହବୁରକୁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହା ପରେ ଏନ୍ଆଇଏ ଆକ୍ରମଣ ସମ୍ପର୍କରେ ତହବୁରଠାରୁ ସତ ଓଗାଳିବାକୁ ଚେଷ୍ଟା କରିବ ।

Related Articles

Back to top button