ଦେଶ ବାହାରେ ପଢି ପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ର-ଛାତ୍ରୀ, ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ର-ଛାତ୍ରୀ (Indian Medical Students)ଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର। ଏହି ଛାତ୍ର-ଛାତ୍ରୀମାନେ ଏବେ ଦୁନିଆର କୌଣସି ବି ଦେଶର ବିଶ୍ଵ ବିଦ୍ୟାଳୟରେ ନିଜର ଏମବିବିଏସ ପାଠପଢା ପୂରା କରି ପାରିବେ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷ ଅନୁମତି ଦିଆଯାଇଛି। ବିଶେଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(NMC) ଏହି ସମ୍ବନ୍ଧରେ ଆଦେଶ ଜାରି କରିଛନ୍ତି। ହେଲେ ଏହି ସବୁ ଛାତ୍ର-ଛାତ୍ରୀଙ୍କୁ ୟୁକ୍ରେନର ମୂଳ ୟୁନିଭର୍ସିଟିରୁ ହିଁ ଡିଗ୍ରୀ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ୟୁକ୍ରେନରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କୁ ସ୍ଵଦେଶ ଫେରିବାକୁ ପଡିଥିଲା। ଆଉ ଏହି ସବୁ ଛାତ୍ର-ଛାତ୍ରୀଙ୍କ ପାଠପଢା ଅଧାରେ ଅଟକିବା ସହ ଭବିଷ୍ୟତ ଅନିଶ୍ଚିତତାରେ ପଡି ଯାଇଥିଲା। ହେଲେ ବର୍ତ୍ତମାନ ଏହି ଛାତ୍ର-ଛାତ୍ରୀଙ୍କ ପାଇଁ ଏଏମସିର ଏହି ନିଷ୍ପତ୍ତି ବଡ ଆଶ୍ଵସ୍ତି ପ୍ରଦାନ କରିଛି।

କଣ କହୁଛି NMC ଆକ୍ଟ

ଏନଏମସି ଆକ୍ଟ ଅନୁସାରେ, ବିଦେଶୀ ମେଡିକାଲ୍ କଲେଜରେ ପଢୁଥିବା ଛାତ୍ର-ଛାତ୍ରୀଙ୍କୁ ନିଜ ଶିକ୍ଷା ପୂରା କରିବା ଏବଂ ଏକକ ବିଶ୍ଵ ବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ଜରୁରୀ ହୋଇଥାଏ। ଏନଏମସି ଦ୍ଵାରା ମଙ୍ଗଳବାର ସାର୍ବଜନୀନ ନୋଟିସ୍‌ରେ କୁହାଯାଇଛି, ୟୁକ୍ରେନ ସହ ବୈଦେଶିକ ମନ୍ତ୍ରଣାଳୟର ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ର-ଛାତ୍ରୀ ଏବେ ବିଶ୍ଵସ୍ତରରେ ଅନ୍ୟ କୌଣସି ଦେଶର ବିଶ୍ଵ ବିଦ୍ୟାଳୟରେ ନିଜର ପାଠପଢା ପୂରଣ କରି ପାରିବେ।

Related Articles

Back to top button