କୋର୍ଟଙ୍କ ପାଇଁ କୌଣସି ମାମଲା ଛୋଟ ଅବା ବଡ଼ ନୁହେଁ: ସିଜେଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନିମ୍ନ ଅଦାଲତରେ ସୁପ୍ରିମକୋର୍ଟଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏହି ଅବସରରେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କୋର୍ଟଙ୍କ ପାଇଁ କୌଣସି ମାମଲା ଛୋଟ ଅବା ବଡ଼ ନୁହେଁ।

ପ୍ରତ୍ୟେକ ମାମଲା ଗୁରୁତ୍ୱପୂର୍ଣ୍ଣ କାରଣ ସାମ୍ବିଧାନିକ ତଥା ନ୍ୟାୟିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କେବଳ ନାଗରିକଙ୍କ ଅଭିଯୋଗ ସହ ଜଡିତ ମାମଲାରେ ସାମ୍ନାକୁ ଆସିଥାଏ। ଏହିପରି ଅଭିଯୋଗର ସମାଧାନ ପାଇଁ କୋର୍ଟ ସାମ୍ବିଧାନିକ ଦାୟିତ୍ୱ ପାଳନ କରିଥାନ୍ତି।
ଲିଙ୍ଗଗତ ସମାନତାର ଆମର କୋର୍ଟ ଏକ ଦୃଢ଼ ସମର୍ଥକ ରହି ଆସିଛି। ଏହା ସହିତ ଆଇନ ପେଶା ମହିଳାଙ୍କ ପାଇଁ ସୁରକ୍ଷିତ ପାଲଟିଛି ବୋଲି ସେ କହିଛନ୍ତି।

Related Articles

Back to top button