ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲଗାଯିବା ନେଇ ଭାରତରେ ଅନୁଷ୍ଠିତ ହେବ “ନୋ ମନି ଫର ଟେରର’ ସମ୍ମିଳନୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲଗାଯିବା ନେଇ ଭାରତରେ “ନୋ ମନି ଫର ଟେରର’ ଅନ୍ତରାଷ୍ଟ୍ରିୟ ସମ୍ମିଳନୀର ଆୟୋଜନ କରାଯିବ । ଭାରତରେ ଆସନ୍ତା ୧୮ ଏବଂ ୧୯ ନଭେମ୍ବରରେ ଏହି ଅନ୍ତରାଷ୍ଟ୍ରିୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ମିଳିଛି । ଯାହା ଏନଆଇଏ ଦ୍ୱାରା ଆୟୋଜିତ ହେବ । ଡିଜି ଏନଆଇଏ ଦିନକର ଗୁପ୍ତାଙ୍କ କହିବା ଅନୁସାରେ ଆତଙ୍କବାଦ ମୁକାବିଲା ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ତେବେ ପ୍ରଥମ ସମ୍ମିଳନୀ ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ସଂସ୍କରଣ ଅଷ୍ଟ୍ରେଲିଆରେ ୩ ବର୍ଷ ପୂର୍ବେ ହୋଇଥିଲା । ଏହା ପରେ କୋଭିଡ କାରଣରୁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇ ପାରିନଥିଲା । ଆତଙ୍କବାଦୀଙ୍କ ଠକେଇକୁ ରୋକିବା ପାଇଁ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଉଛି ଯେଉଁଥିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଡିଜି ଏନଆଇ ଦିନକର ଗୁପ୍ତା କହିଛନ୍ତି ଯେ ଏହି ସମ୍ମିଳନୀରେ ୭୨ ଟି ଦେଶ ଆସୁଛନ୍ତି । ପ୍ରତ୍ୟେକ ଦେଶର ପ୍ରତିନିଧିମାନେ ସେମାନଙ୍କର ମତାମତ ଉପସ୍ଥାପନ କରିବାକୁ ଯଥେଷ୍ଟ ସୁଯୋଗ ପାଇବେ । ଏହି ସମ୍ମିଳନୀର ନାର୍କୋ ଆତଙ୍କବାଦ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ । ଏହି ସମ୍ମିଳନୀରେ ପାକିସ୍ତାନ-ଆଫଗାନିସ୍ତାନ ଅଂଶଗ୍ରହଣ କରୁନଥିବାବେଳେ ଚୀନ୍ ଏଥିରେ ଅଂଶଗ୍ରହଣ କରିବ । ଡିଜି ଏନଆଇଏ ଅନୁଯାୟୀ ସେହି ଦେଶର ପ୍ରତିନିଧୀଙ୍କ ସହ ଆଲୋଚନା ହେବ ଯେଉଁମାନେ ଭାରତରେ କାର୍ଯ୍ୟ କରୁଥିବା ଆତଙ୍କବାଦୀଙ୍କୁ ଅର୍ଥ ପ୍ରଦାନ କରିବାରେ ସାହାଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହାକୁ ଅଧିକ ମଜବୁତ କରିବାକୁ ଚେଷ୍ଟା କରାଯିବ ।

ୱେଷ୍ଟ ସେକ୍ରେଟାରୀ ସଞ୍ଜୟ ବର୍ମାଙ୍କ କହିବା ଅନୁସାରେ, ଆତଙ୍କବାଦ ବିରୋଧରେ ଭାରତ-ରୁଷ ସହଯୋଗ ଜାରି ରହିଛି । ସେ କହିଛନ୍ତି ଯେ ଆତଙ୍କବାଦୀମାନେ ସୋସିଆଲ ମିଡିଆ ମାଧ୍ୟମରେ କ୍ରାଉଡ ଫଣ୍ଡିଂ ଜମା କରୁଛନ୍ତି । ଏହାର ପ୍ରତିରୋଧ ପାଇଁ ଏହି ସମ୍ମିଳନୀରେ ଆଲୋଚନା ହେବ ।

Related Articles

Back to top button