୨୬ଟି ଔଷଧ ହଟିଲା ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ: ଆଣ୍ଟାସିଡ୍ ତାଲିକାରୁ ବାଦ ପଡିଲା ରାଣ୍ଟାକ୍ ଓ ଜିନେଟାକ

ନୂଆଦିଲ୍ଲୀ: ଅତି ଆବଶ୍ୟକୀୟ ଔଷଧ ତାଲିକାରୁ ହଟିଲା ୨୬ ଟି ଔଷଧ। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟିସିଡ୍ ସଲ୍ଟ ରେନିଟିଡାଇନକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି।

ପେଟ ଖରାପ କିମ୍ବା ବଦହଜମୀ ହେଲେ ଡାକ୍ତର ରେନିଟିଡାଇନ(Ranitidine)କୁ ଖାଇବାକୁ ଲେଖିଥାନ୍ତି। ଏହି ଟାବ୍ଲେଟ୍ ଏସିଲୋକ, ଜିନେଟାକ୍ ଏବଂ ରାଣ୍ଟାକ ଭଳି ନାଁରେ ବିକ୍ରି ହୋଇଥାଏ। ଏହି ଔଷଧଗୁଡ଼ିକୁ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ବା ଅତ୍ୟାବଶ୍ୟକୀୟ ଔଷଧ ତାଲିକା ଜାରି କରିଛି।

ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ବାହାର କରିଦିଆଯାଇଛି। ଅତ୍ୟାବଶ୍ୟକୀୟ ତାଲିକାରୁ ହଟିଥିବା ଔଷଧ ଗୁଡ଼ିକ ହେଲା-

1. Alteplase
2. Atenolol
3. Bleaching Powder
4. Capreomycin
5. Cetrimide
6. Chlorpheniramine
7. Diloxanide furoate
8. Dimercaprol
9. Erythromycin
10. Ethinylestradiol
11. Ethinylestradiol(A) Norethisterone (B)
12. Ganciclovir
13. Kanamycin
14. Lamivudine (A) + Nevirapine (B) + Stavudine (C)
15. Leflunomide
16. Methyldopa
17. Nicotinamide
18. Pegylated interferon alfa 2a, Pegylated interferon alfa 2b
19. Pentamidine
20. Prilocaine (A) + Lignocaine (B)
21. Procarbazine
22. Ranitidine
23. Rifabutin
24. Stavudine (A) + Lamivudine (B) 25. Sucralfate
26. White Petrolatum

 

ରାନିଟିଡାଇନ ଆଣ୍ଟାସିଡ୍ ଯୋଗୁ କ୍ୟାନସର ଜନିତ ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। ଏନେଇ ସାରା ବିଶ୍ୱର ଏହି ଟାବ୍ଲେଟ୍ ଉପରେ ଗବେଷଣା ଜାରି ରହିଛି। ତେଣୁ ଏହାକୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ଭରତୀୟ ଔଷଧ ନିୟନ୍ତ୍ରକ ସହ ଆଲୋଚନା କରିଥିଲେ। ତା ସହ ଏମ୍ସର ଏକ୍ସପର୍ଟଙ୍କ ଆଲୋଚନା ପରେ ଏହାକୁ ହଟାଇ ଦିଆଯାଇଛି। ରାନିଟିଡାଇନ ଔଷଧକୁ ନେଇ ୨୦୧୯ରୁ ଗବେଷଣା ଜାରି ରହି

Related Articles

Back to top button