ଚଳିତ ବର୍ଷ ବିଦେଶରେ କାମ କରୁଥିବା ଭାରତୀୟ ଦେଶକୁ ପଠାଇଛନ୍ତି ୮ ଲକ୍ଷ କୋଟି

ନୂଆଦିଲ୍ଳୀ, ୧/୧୨: ଦୁନିଆର କୋଣ ଅନୁକୋଣରେ ଭାରତୀୟମାନେ କାମ କରୁଛନ୍ତି। ଏହି ଭାରତୀୟମାନେ ବିଦେଶରେ ଆୟ କରିବା ସହ ଭାରତକୁ ମଧ୍ୟ ଟଙ୍କା ପଠାଇଥାନ୍ତି। ପ୍ରତିବର୍ଷ ବିଦେଶରେ କାମ କରୁଥିବା ଭାରତୀୟ ହଜାର ହଜାର କୋଟି ଟଙ୍କା ଦେଶକୁ ପଠାଉଛନ୍ତି।

ବିଶ୍ବ ବ୍ୟାଙ୍କ ତରଫରୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ୨୦୨୨ରେ ବିଦେଶରେ କାମ କରୁଥିବା ଭାରତକୁ ରେକର୍ଡ ଅର୍ଥ ପଠାଇଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତକୁ ପ୍ରାୟ ୧୨ ପ୍ରତିଶତରୁ ଅଧିକ ଟଙ୍କା ପଠାଯାଇଛି ଏବଂ ଏହା ବଢ଼ି ୧୦୦ ବିଲିୟନ ଡଲାର ବା ପ୍ରାୟ ୮ ଲକ୍ଷ କୋଟି ହୋଇପାରେ। ଏହା ସହ ବିଦେଶରୁ ଅର୍ଥ ଗ୍ରହଣ କରିବାରେ ଭାରତ ଏବେ ପ୍ରଥମ ହୋଇଛି। ଭାରତ ଚଳିତ ବର୍ଷ ୨୦୨୧ ରେ ୮୭ ବିଲିୟନ ଡଲାର ଗ୍ରହଣ କରିଥିଲା।

ଏହି ସୂଚନାରେ କୁହାଯାଇଛି ​‌​ଯେ ବିଦେଶୀ ଅର୍ଥ ଗ୍ରହଣ କରିବାରେ ଭାରତ ମେକ୍ସିକୋ, ଚୀନ ଏବଂ ଫିଲିଫିନ୍ସ ପଛରେ ପକାଇଛି। ଟଙ୍କା ପଠାଇବାରେ ଟପ୍ ୫ ଦେଶ ଭାରତ, ଚୀନ, ମେକ୍ସିକୋ, ଫିଲିପିନ୍ସ ଏବଂ ଇଜିପ୍ଟ ରହିଛନ୍ତି। ଗତ ବର୍ଷ ଚୀନ ଏବଂ  ମେକ୍ସିକୋ ୫୩-୫୩ ବିଲିୟନ ଡଲାରର ବିଦେଶୀ ଅର୍ଥ ପାଇଥିଲା। ଫିଲିପିନ୍ସ ୩୬ ବିଲିୟନ ଡଲାରର ବିଦେଶୀ ଅର୍ଥ ପାଇଥିଲା। ଇଜିପ୍ଟ ୩୩ ବିଲିୟନ ଡଲାର ସଂଗ୍ରହ କରିଥିଲା।

ରିପୋର୍ଟରେ କୁହାଯାଇଛି ଯେ ବିଦେଶରୁ ଭାରତୀୟମାନେ ଯେତିକି ଟଙ୍କା ପଠାଇଛନ୍ତି। ତାହା ଭାରତରେ ହୋଇଥିବା ସମୁଦାୟ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଚି ନିବେଶ ଠାରୁ ଅଧିକ। ସରକାରଙ୍କ ଅନୁମାନ ରହିଛି ଚଳିତ ବର୍ଷ ଭାରତରେ ଏଫଡିଆଇ ୮୦ ବିଲିୟନ ଡଲାର ହୋଇପାରେ। ଯାହା ଭାରତକୁ ପ୍ରେରଣ ହେଉଥିବା ଟଙ୍କା ଠାରୁ ୨୦ ପ୍ରତିଶତ କମ୍ ରହିବ।

Related Articles

Back to top button