ଜଣେ ବି ଭାରତୀୟ ସୈନିକ ମାଲଦୀପରେ ରହିବେ ନାହିଁ 

ମାଲଦୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ କହିଛନ୍ତି କି, ମେ ୧୦ ତାରିଖ ପରେ ମାଲଦୀପରେ ଜଣେ ବି ଭାରତୀୟ ସୈନ୍ୟ ରହିବେ ନାହିଁ । ଏପରି କି ସାଦା ପୋଷାକରେ ରହୁଥିବା ଭାରତୀୟ ସୈନ୍ୟମାନଙ୍କୁ ମଧ୍ୟ ମାଲଦୀପରେ ରହିବାର ସୁଯୋଗ ମିଳିବ ନାହିଁ । ମୁଇଜ୍ଜୁଙ୍କ ଏଭଳି ବୟାନ ଏଭଳି ସମୟରେ ଆସିଛି ଯାହାର ଗୋଟିଏ ସପ୍ତାହ ପୂର୍ବରୁ ଭାରତର ଟେକ୍ନିକାଲ ଟିମ୍ ମାଲଦୀପରେ ପହଂଚିଥିଲେ, ଏହି ଟିମ୍ ହେଲିକପ୍ଟରର ସଂଚାଳନ କରୁଥିବା ସେନାକର୍ମୀଙ୍କୁ ସ୍ଥାନ ନେବାକୁ ମାଲଦୀପ ଯାଇଥିଲେ । ଏହାପରେ ମୁଇଜ୍ଜୁ ମାଲଦୀପରେ ଥିବା ଭାରତୀୟ ସେନା କର୍ମୀଙ୍କ ପ୍ରଥମ ଗ୍ରୁପକୁ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଫେରିଯିବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି ।

ମାଲଦୀପ ରାଷ୍ଟ୍ରପତି କହିଛନ୍ତି କି, ମେ’୧୦ ତାରିଖ ପରେ ମାଲଦୀପରେ ଜଣେ ବି ଭାରତୀୟ ସେନା ରହିବେ ନାହିଁ । ଚୀନ ସହ ଏକ ଚୁକ୍ତିରେ ହସ୍ତାକ୍ଷର କରିବା ପରେ ମୁଇଜ୍ଜୁ ଏଭଳି କହିଛନ୍ତି । ଏହି ଚୁକ୍ତି ମୁତାବକ ଚୀନ ମାଲଦୀପକୁ ବିନା ଦେୟରେ ସେନା ସହାୟତା ଯୋଗାଇଦେବ ।

ଏବେ ମାଲଦୀପରେ ୮୮ ଜଣ ଭାରତୀୟ ସେନା କର୍ମୀ ରହିଛନ୍ତି । ସେମାନେ ମୁଖ୍ୟତଃ ଦୁଇଟି ହେଲିକପ୍ଟର ଓ ଗୋଟିଏ ବିମାନ ସଂଚାଳନ କରୁଛନ୍ତି । ଏହି ହେଲିକପ୍ଟର ଓ ବିମାନ ସହାୟତାରେ ମାନବିକତା ସହାୟତା ମିଶନ ପୁରା କରାଯାଇଥାଏ । ଗତ ସପ୍ତାହରେ ମେଡିକାଲ କାର୍ଯ୍ୟରେ ଲାଗୁଥିବା ବିମାନ ସଂଚାଳନ ପାଇଁ ମାଲଦୀପ ରାଷ୍ଟ୍ରପତି ଗତ ସପ୍ତାହରେ ଶ୍ରୀଲଙ୍କା ସହ ଚୁକ୍ତି କରିଛନ୍ତି ।

Related Articles

Back to top button