ପାଣି ତଳେ ଦୀର୍ଘ ସମୟ ଧରି ପରସ୍ପରକୁ ଚୁମ୍ବନ ଦେଇ ଗିନିଜ ୱାର୍ଲ୍ଡ ରେକର୍ଡ କଲେ ଦମ୍ପତି

ନୂଆଦିଲ୍ଲୀ: ପାଣି ତଳେ ଦୀର୍ଘ ସମୟ ଧରି ପରସ୍ପରକୁ ଚୁମ୍ବନ ଦେଇ ଦମ୍ପତି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଦକ୍ଷିଣ ଆଫ୍ରିକାର ବେଥ୍ ନେଲ୍ ଏବଂ କାନାଡାର ମାଇଲସ୍ କ୍ଲାଉଟିଅର୍ ପାଣି ଭିତରେ ୪ ମିନିଟ୍ ୬ ସେକେଣ୍ଡ୍ ଚୁମ୍ବନ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି କୀର୍ତ୍ତି ପାଇଁ ଏହି ଦମ୍ପତିଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି। ଏହି ଦମ୍ପତି ୧୩ ବର୍ଷ ପୂର୍ବେ ୩ ମିନିଟ୍ ୨୪ ସେକେଣ୍ଡର ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଯାହା ଗିନିଜ ୱାର୍ଲ୍ଡ ରେକର୍ଡର ଇଟାଲୀ ଟିଭି ଶୋ ଲୋ ଶୋ ଦେଇ ରେକର୍ଡ ସମୟରେ ସୃଷ୍ଟି ହୋଇଥିଲା। ଏହି ଦମ୍ପତି ମାଲଦ୍ୱୀପର ଏକ ରିସର୍ଟରେ ପୁଲ୍ ଭିତରେ ଏହି ରେକର୍ଡ କରିଛନ୍ତି।

ଉଭୟ ଦମ୍ପତି ଦକ୍ଷିଣ ଆଫ୍ରିକାରେ ରୁହନ୍ତି। ଏହି ରେକର୍ଡକୁ ଗିନିଜ ୱାର୍ଲ୍ଡ ରେକର୍ଡସ ଏହାର ଅଫିସିଆଲ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଛି । ବେଥ୍ ନେଲ୍ କହିଛନ୍ତି ଯେ ୩ ବର୍ଷ ପୂର୍ବରୁ ଏହି ରେକର୍ଡ କରିବାର କଳ୍ପନା ମନକୁ ଆସିଥିଲା। ଆଉ ମାଲଦ୍ୱୀପକୁ ଆସିବାର କିଛି ସପ୍ତାହ ପୂର୍ବରୁ ରେକର୍ଡ ପାଇଁ ତାଲିମ ଆରମ୍ଭ କରିଥିଲେ। ଆଉ ଆଜି ସେମାନଙ୍କୁ ସଫଳତା ମିଳିଛି। ଗିନିଜ ୱାର୍ଲ୍ଡ ରେକର୍ଡର କର୍ମଚାରୀ ତାଙ୍କୁ ସାର୍ଟିଫିକେଟ ଦେଇ ସମ୍ମାନିତ କରିଛନ୍ତି।

Related Articles

Back to top button