ସରକାରଙ୍କ ନୂଆ ନିୟମ: ଆଇଏମଇଆଇ ନମ୍ବରରୁ ଚୋରି ହେଇଥିବା ମୋବାଇଲ ଡିଜିଟାଲ୍ ଟ୍ରାକ୍ କରାଯାଇପାରିବ

ନୂଆଦିଲ୍ଲୀ: ଭାରତରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସ୍ମାର୍ଟଫୋନର ଅପବ୍ୟବହାରକୁ ରୋକିବା ପାଇଁ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି। ଏଥିପାଇଁ, ଜାନୁୟାରୀ ୧, ୨୦୨୩ରୁ ସମସ୍ତ ମୋବାଇଲ୍ ଫୋନ୍ ନିର୍ମାତାଙ୍କୁ ଭାରତରେ ନିର୍ମିତ ପ୍ରତ୍ୟେକ ହ୍ୟାଣ୍ଡସେଟ ବା ସ୍ମାର୍ଟଫୋନ ଲଞ୍ଚିଂ ଅଥବା ବିକ୍ରି କରିବା ପୂର୍ବରୁ ଆଇଏମଇଆଇ ନମ୍ବରକୁ ଭାରତୀୟ ନକଲି ଡିଭାଇସ୍ ପ୍ରତିବନ୍ଧ ପୋର୍ଟାଲ (https://icdr.ceir.gov.in) ରେ ପଞ୍ଜିକୃତ କରିବାକୁ ହେବ।

ରିପୋର୍ଟ ଅନୁଯାୟୀ, ଭାରତରେ ଲକ୍ଷାଧିକ ସ୍ମାର୍ଟଫୋନ ଏବଂ ଫିଚର ଫୋନ ରହିଛି ଯାହାର ନକଲ IMEI ନମ୍ବର ଲଗାଇ ବିକ୍ରି କରାଯାଉଛି। ଏହା ବ୍ୟତୀତ ଆମ ଦେଶରେ ଲୋକପ୍ରିୟ ହ୍ୟାଣ୍ଡସେଟ ଭଳି ନକଲି ହ୍ୟାଣ୍ଡସେଟ୍ ଅଧିକ ମାତ୍ରାରେ ବିକ୍ରି ହେଉଛି। ଏହି ସମସ୍ତ ଫୋନ ଚାଇନାରୁ ଆସୁଛି। ସରକାରଙ୍କ ନୂଆ ନିୟମର ଉଦ୍ଦେଶ୍ୟ ହେଉଛି, ଭାରତରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ୍ ଫୋନରେ ଏକ ବୈଧ IMEI ନମ୍ବର ଥିବା ଆବଶ୍ୟକ ଯାହା ଡିଜିଟାଲ୍ ଟ୍ରାକ୍ କରାଯାଇପାରିବ।

ନୂତନ ନିୟମ ଅନୁଯାୟୀ, ୟୁଜର୍ସ ଯଦି ନିଜ ସ୍ମାର୍ଟଫୋନ ହଜାଇ ଦିଅନ୍ତି କିମ୍ବା ଚୋରି ହୁଏ ତେବେ IMEI ନମ୍ବରକୁ ସହଜରେ ବ୍ଲକ କରିପାରିବେ। ଏହାଦ୍ୱାରା ୟୁଜର୍ସଙ୍କ ଫୋନରେ ଥିବା ସମସ୍ତ ତଥ୍ୟକୁ କେହି ଅବବ୍ୟବହାର କରିପାରିବେ ନାହିଁ। ଏପରି କଲେ ଭାରତରେ ଚାଲିଥିବା ଚୋରା ବଜାର ଉପରେ ମଧ୍ୟ ଅଙ୍କୁଶ ଲାଗିବାର ସମ୍ଭାବନା ରହିଛି। ଏହି ନିୟମ କେବଳ ଭାରତରେ ନିର୍ମିତ ମୋବାଇଲ ଫୋନ ପାଇଁ ନୁହେଁ ଏହା ଇମ୍ପୋର୍ଟେଡ୍ ଫୋନ ତଥା ଆଇଫୋନ, ସାମସଙ୍ଗ ଗାଲେକ୍ସି ସ୍ମାର୍ଟ ଫୋନ ପାଇଁ ମଧ୍ୟ ଲାଗୁ ହେବ।

Related Articles

Back to top button