
କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଜିବିଏସର ପ୍ରକୋପ : ଏପର୍ଯ୍ୟନ୍ତ ୯ ମୃତ
ମହାରାଷ୍ଟ୍ରରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ ବା ଜିବିଏସର ପ୍ରକୋପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗରେ ଆକ୍ରାନ୍ତ ଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ଫ୍ରେବୃଆରୀ ୧୪ ରେ ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଠାବ କରାଯାଇଥିଲା । ସମୁଦାୟ ରୋଗୀଙ୍କ ମଧ୍ୟରୁ ୧୮୦ ଜଣଙ୍କଠାରେ ଜିବିଏସ୍ ଚିହ୍ନଟ ହୋଇଥିବା ବେଳେ ବାକି ରୋଗୀଙ୍କ ଠାରେ ଏହି ରୋଗର ଲକ୍ଷଣ ଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣ ରୋଗୀଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି। ଫେବୃଆରୀ ୧୩ ରେ କୋହ୍ଲାପୁର ସହରରେ ନବମ ମୃତ୍ୟୁ ଘଟିଥିଲା । ଗୁଇଲେନ୍-ବାରେ ସିଣ୍ଡ୍ରୋମ ଅର୍ଥାତ୍ ଜିବିଏସ୍ ଏକ ବିରଳ ଅଟୋଇମ୍ୟୁନ ରୋଗ । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସ୍ନାୟୁଉପରେ ଆକ୍ରମଣ କରିଥାଏ ।ରାଜ୍ୟରେ ଅଧିକାଂଶ ମାମଲା ପୁଣେ ଏବଂ ଆଖପାଖ ଅଞ୍ଚଳର । ନୂଆ ଆକ୍ରାନ୍ତଙ୍କ ସମେତ ସମସ୍ତ ମାମଲା ସମ୍ଭବତଃ ଦୂଷିତ ଜଳ ଉତ୍ସ ସହ ଜଡ଼ିତ। ଦୂଷିତ ଖାଦ୍ୟ ଓ ପାଣିରେ ମିଳୁଥିବା କାମ୍ପିଲୋବାକ୍ଟର ଜେଜୁନି ନାମକ ଜୀବାଣୁ ଏହି ରୋଗର କାରଣ ବୋଲି ଅନୁମାନ କରାଯାଉଛି ।