ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ: କୋଭିଡ୍‌ ମାର୍ଗଦର୍ଶିକା ପାଳନ ପାଇଁ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ର ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ତୁରନ୍ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ବା ମାର୍ଗ ଦର୍ଶିକାକକୁ ପାଳି କରିବା ପାଇଁ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ପରାମର୍ଶ ଦେଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଏବଂ ଥଣ୍ଡା କାଶ ହେଲେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଚୀନ୍‌ରେ ଏବେ ହାହାକାର ସୃଷ୍ଟି କରିଥିବା ବିଏଫ୍‌.୭ ଭୁତାଣୁ ଭାରତରେ ମିଳିଛି । ଓଡିଶାର ଜଣେ ମହିଳାଙ୍କ ଠାରେ ମଧ୍ୟ ଏହି ଭୁତାଣୁ ମିଳିଛି ।

ଜର, ତଣ୍ଟି ଦରଜ, ତରଳ ଝାଡା ହେଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରିବା ପାଇଁ କୁହାଯାଇଛି । ଏହା ସହ କୋଭିଡ୍‌ ଟିକା ନେବାକୁ ପରାମର୍ଶ ଦିଆଯାଇଛି । ଏବେ ଗହଳିକୁ ନଯିବା ପାଇଁ , ବାହାଘର, ରାଜନୈତିକ ସଭା ଏବଂ ସାମାଜିକ କାର୍ଯ୍ୟକ୍ରମରେ ଲୋକମାନେ ଯୋଗ ନଦେବା ପାଇଁ କୁହାଯାଇଛି । କୋଭିଡ୍‌ର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସୂଚନା ଦିଆଯାଇଛି ।

Related Articles

Back to top button