ଅଯୋଧ୍ୟାଠାରେ ନିର୍ମାଣ ହେବ ଓଡ଼ିଶା ଭବନ

ଉତ୍ତର ପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ। ଏଠାକୁ ଶ୍ରୀ ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକା।ର ଏଥିଲାଗି ଖୁବ୍‍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମେହନ ଚରଣ ମାଝି କହିଛନ୍ତି। ଏବେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀ, କୋଲକତା, ଚେନ୍ନାଇଠାରେ ଭବନ କାର୍ଯ୍ୟକ୍ଷମ ରହିଛି। ଗୃହ ବିଭାଗ ପକ୍ଷରୁ ଏହି ଭବନଗୁଡ଼ିକର ପରିଚାଳନା କରାଯାଉଛି। ସମାନ ଭାବରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମସ୍ଥଳ ଅଯୋଧ୍ୟାଠାରେ ଏମିତି ଏକ ଭବନ ନିର୍ମାଣ ହେଲେ ସେଠାକୁ ଆସୁଥିବା ଓଡ଼ିଶା ଲୋକେ ରହିବା, ଖାଇବାରେ ସୁବିଧରା ପାଇପାରିବେ। ଆଜି ଅଯୋଧ୍ୟାରେ ଶ୍ରର ରାମଲାଲାଙ୍କୁ ଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ‘ ଆଜି ପ୍ରଭଉଙ୍କର ଭବ୍ୟ ଦର୍ଶନ ହୋଇଛି। ଯାହାକୁ ସେ କଳ୍ପନା କରି ନଥିଲି। ରାମଲାଲାଙ୍କ ଦର୍ଶନ କରିବାକୁ ଆଜି ସୌଭାଗ୍ୟ ପ୍ରାପ୍ତି ହେଲା’ ବୋଲି କହିଛନ୍ତି ଶ୍ରୀ ମାଝି।

ମୁଖ୍ୟମନ୍ତ୍ରୀ ପ୍ରୟାଗରାଜର ସଙ୍ଗସ୍ଥଳରେ ଗତକାଲି ପରିବାର ସହ ବୁଡ଼ ପକାଇଥିଲେ। ସେଠାରେ ଯୋଗୀ ସରକାରଙ୍କ ଦ୍ୱାରା କରାଯାଇଥିବା ପରିଚାଳନା କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଛନ୍ତି। ପ୍ରୟାଗରାଜରେ ଗତ ୪୨ ଦିନ ହେଲାଣି ମହାକୁମ୍ଭ ବଳେଳା ଚାଲିଛି। ଶିବରାତ୍ରୀରେ ଏହା ଶେଷ ହେବ। ଏହି ଅବସରରେ ପ୍ରାୟ ୬୨ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ପ୍ରଭୁଙ୍କୁ ସୁମରଣା କରିଛନ୍ତି ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି।

Related Articles

Back to top button