ଆଉ କର୍ମଚାରୀ ଛଟେଇ କରିବନି ‘ଓଲା’ କମ୍ପାନୀ

ନୂଆଦିଲ୍ଲୀ : ଅନଲାଇନ କ୍ୟାବ୍ ସର୍ଭିସ ଯୋଗାଇ ଦେଉଥିବା କମ୍ପାନୀ ‘ଓଲା’ ଏବେ ଆଉ କର୍ମଚାରୀଙ୍କୁ ଛଟେଇ କରିବନି। ଏ ନେଇ କମ୍ପାନୀ ଯୋଜନାକୁ ରୋକି ଦେଇଛି। ତେବେଏହା ପୂର୍ବରୁ ଖବର ଆସିଥିଲା ଓଲା ସଫ୍ଟୱେର ଟିମ୍‌ ରୁ ୨୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ପିଙ୍କ ସ୍ଲିପ୍ ପଠେଇବା ଆରମ୍ଭ କରିଛି। ପିଙ୍କ ସ୍ଲିପ୍‌ର ଅର୍ଥ ହେଉଛି ସମ୍ପୃକ୍ତ କର୍ମଚାରୀଙ୍କୁ ଏବେ ଆଉ କମ୍ପାନୀର ଆବଶ୍ୟକତା ନାହିଁ। ଏହି ଛଟେଇ ପ୍ରକ୍ରିୟାରେ ପ୍ରାୟ ୨୦୦ କର୍ମଚାରୀ ପ୍ରଭାବିତ ହୋଇଥାନ୍ତେ।

କର୍ମଚାରୀଙ୍କ ଛଟେଇ ନେଇ ଓଲା ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି। କମ୍ପାନୀର ବରିଷ୍ଠ କର୍ମଚାରୀମାନେ ଏହାକୁ ଅନୁଚିତ ସ୍ୱୀକାର କରିଛନ୍ତି। ତେବେ ଓଲା ତାଙ୍କ ଛଟେଇ ପ୍ରକ୍ରିୟା ପ୍ରତ୍ୟାହାର କରିଥିବାର ଏ ପର୍ଯ୍ୟନ୍ତ ଅଧିକାରୀକ ବୟାନ ଜାରି କରିନାହାନ୍ତି। ତେବେ ଓଲା ସଂସ୍ଥାପକ ଭାବିଶ ଅଗ୍ରୱାଲ ମ୍ୟାନେଜରମାନଙ୍କୁ ସେମାନଙ୍କ ଟିମ୍‌କୁ କ୍ଷମାଯାଚନା କରନ୍ତୁ ବୋଲି କହିଛନ୍ତି। କାରଣ କମ୍ପାନୀର ନିଷ୍ପତ୍ତି ସମ୍ପର୍କିତ ଗୁଜବ କର୍ମଚାରୀଙ୍କୁ ନିରୁତ୍ସାହିତ କରିଛି।

ନିକଟରେ ଓଲା ତାଙ୍କର ପ୍ରି ଓନଡ କାର ବିଜନେସ୍ ବନ୍ଦ କରିଦେଇଥିଲେ। ସେହିପରି କ୍ୱିକ୍ କମର୍ସ ବିଜନେସ୍ ଓଲା ଡ୍ୟାସ୍ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ଦୁଇ ସଂସ୍ଥାରେ କାର୍ଯ୍ୟରତ ଅନୁନ୍ୟ ୨ ହଜାର କର୍ମଚାରୀଙ୍କୁ ନିଯୁକ୍ତି ହରାଇବାକୁ ପଡିଛି। ଏହା ଛଡା ଗତ ଦୁଇ ବର୍ଷରେ ଓଲା ସଂସ୍ଥାପକ ଭାବିଶ ଅଗ୍ରୱାଲଙ୍କ ଲିଡରସିପ୍ ଟିମ୍‌ ସଦସ୍ୟଙ୍କ ସମେତ ୩୦ ରୁ ଅଧିକ ସିନିୟର ଅଫିସିଆଲମାନେ କମ୍ପାନୀ ଛାଡିଛନ୍ତି। ଓଲାରେ ଏବେ ୨ ହଜାର ଇଞ୍ଜିନିୟର କାମ କରୁଛନ୍ତି। ଆଗାମୀ ଦେଢବର୍ଷରେ ଏହି ୱାର୍କ ଫୋର୍ସକୁ ୫ ହଜାରରେ ପହଞ୍ଚାଇବାକୁ ଓଲା ଯୋଜନା କରିଛନ୍ତି।

Related Articles

Back to top button