୫୬ ଥର ଫେଲ ହେବା ପରେ ୫୭ ଥରରେ ଦଶମ ପାସ୍ କଲେ ବୃଦ୍ଧ
ନୂଆଦିଲ୍ଲୀ: ଶିକ୍ଷା ଲାଭର ବୟସ ନାହିଁ, ଏବଂ ବୟସର ସୀମା ନାହିଁ । ଏହାକୁ ପ୍ରମାଣ କରିଛନ୍ତି ୭୭ ବର୍ଷୀୟ ହୁକୁମଦାସ ବୈଷ୍ଣବ । ଦୃଢ ଆତ୍ମବିଶ୍ୱାସ ଆଗରେ ହାର ମାନିଛି ସବୁକିଛି । ୟୁପି ବୋର୍ଡ ପରୀକ୍ଷା ଫଳାଫଳ ବାହାରିବା ପରେ ବୃଦ୍ଧଙ୍କର ଏହି କାହାଣୀ ସାମ୍ନାକୁ ଆସିଛି ।
୧୯୬୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଲଗାତର ଭାବେ ଦଶମ ପରୀକ୍ଷା ଦେଇ ଆସୁଛନ୍ତି । ସବୁ ଥରକ ସେ ଅସଫଳତାର ସାମ୍ନା କରିଥିଲେ । କିନ୍ତୁ ହାରି ନଥିଲା ତାଙ୍କ ଦୃଢ ଇଚ୍ଛାଶକ୍ତି । ୫୬ ଥର ଦଶମ ପରୀକ୍ଷାରେ ଫେଲ୍ ହେବା ପରେ ତାଙ୍କ ଆତ୍ମବିଶ୍ୱାସ ସେମିତି ଦୃଢ ରହିଥିଲା । ଶେଷରେ ୫୭ ଥରରେ ସେ ଦଶମ ପରୀକ୍ଷା ଦେଇ ସେଥିରେ କୃତ୍ତକାର୍ଯ୍ୟ ହୋଇଛନ୍ତି । ଯେତେବେଳେ ୟୁପି ବୋର୍ଡର ୫୬ ଲକ୍ଷ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ ପାଇଲା, ରାଜସ୍ଥାନର ଜାଲୋର ନିବାସୀ ହୁକୁମଦାସ ବୈଷ୍ଣବଙ୍କ ନାମ ରହିଥିଲା ।
ଯଦିଓ ସେ ବୟସରେ ଜଣେ ବୃଦ୍ଧ, କିନ୍ତୁ ଅଧ୍ୟୟନ ପ୍ରତି ତାଙ୍କର ଯୁବପିଢୀଙ୍କ ଠାରୁ କିଛି କମ୍ ଆଗ୍ରହ ନାହିଁ । ୭୭ ବର୍ଷିୟ ହୁକୁମଦାସ ୨ ଟି ବିଭାଗରେ କାମ କରିବା ପରେ ଅବସର ନେଇଛନ୍ତି। କିନ୍ତୁ କମ୍ ଶିକ୍ଷିତ ହୋଇ ସେ ଦଶମ ଶ୍ରେଣୀରେ ପାସ୍ କରିବାକୁ ସ୍ଥିର କରିଥିଲେ। ଏହି ଆତ୍ମାବିଶ୍ୱାସ ହେତୁ ସେ ୭୭ ବର୍ଷ ବୟସରେ ପହଞ୍ଚି ମଧ୍ୟ ହୁକୁମଦାସ ଶେଷରେ ୫୭ ତମ ପ୍ରୟାସରେ ଦଶମ ପୂରଣ କରିଥିଲେ।
ଦଶମରୁ ବିଫଳତା ପ୍ରକ୍ରିୟା ୧୯୬୨ ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ହୁକମ୍ ସିଂ ପ୍ରଥମ ଥର ପରୀକ୍ଷାରେ ବିଫଳ ହୋଇଥିଲେ। ୨୦୦୫ ରେ ହୁକୁମଦାସ ୬୦ ବର୍ଷ ବୟସରେ ଅବସର ନେବା ବେଳକୁ ସେ ଦଶମ ଶ୍ରେଣୀରେ ୪୩ ଥର ବିଫଳ ହୋଇଥିଲେ। ପରୀକ୍ଷାରେ ଲଗାତାର ବିଫଳତା ହେତୁ, ହୁକୁମଦାସଙ୍କ ସାଙ୍ଗମାନେ ଦଶମ ପରୀକ୍ଷାରେ କେବେ ବି ପାସ୍ ନକରି ତାଙ୍କୁ ଥଟ୍ଟା କରୁଥିଲେ । କିନ୍ତୁ ଶେଷରେ ସେ ଉତ୍ତୀର୍ଣ୍ଣ ହୋଇ ଦେଖାଇଲେ ।