ଭାରତରେ କରୋନା ଭାରିଏଣ୍ଟ BF.27 ଆକ୍ରାନ୍ତ ୪ ଜଣ ଠାବ: ଜାଣନ୍ତୁ ଏହାର ଲକ୍ଷଣ
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି କରୋନା । ଚୀନରେ ହାହାକାର ସୃଷ୍ଟି କରିଥିବା କରୋନା ଭାରିଏଣ୍ଟ BF.27 ପହଞ୍ଚିଲାଣି ଭାରତରେ । ଭାରତରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ଠାବ କରାଯାଇଛି । ଜୁଲାଇରେ ଜଣେ, ସେପ୍ଟେମ୍ବରରେ ୨ ଜଣ ଏବଂ ନଭେମ୍ବରରେ ଜଣେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିଲେ । ଏହି ଭାରିଏଣ୍ଟ ଗୁଜରାଟ ଏବଂ ଓଡ଼ିଶାରେ ମିଳିଥିଲେ । ତେବେ ଏହି ଭାରିଏଣ୍ଟ ରୋଗୀ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଥିଲେ । ଏପରିକି ଗୁଜରାଟରେ ଜଣେ ୬୧ ବର୍ଷୀୟ ଏନଆରଆଇ ମହିଳା ଏତିରେ ଆକ୍ରାନ୍ତ ହୋଇଥିଲେ ଯିଏ କି କୋଭିଡର ୩ଟି ଯାକ ଡୋଜ ନେଇଥିଲେ । କୋଭିଡ ସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ।
ଚୀନରେ ବ୍ୟାପୁଥିବା ଏହି ଏହି ନୂଆ ଭାରିଏଣ୍ଟର ଲକ୍ଷଣ କ’ଣ ?
ଲକ୍ଷଣ ଗୁଡିକ ହେଲା –
ଗଳା ଦରଜ ହେବା ସହ ଛିଙ୍କ ଯଦି
ନାକରୁ ପାଣି ବାହାରିବା ଓ ନାକ ବନ୍ଦ ହୋଇଯିବା
-ଶୁଖିଲା ଖାସ
– ମୁଣ୍ଡବିନ୍ଧା
-କଫ ସହ ଖାସ
-କଥା କହିବା ବେଳେ କଷ୍ଟ ହେବା
-ମାଂସପେଶୀରେ କଷ୍ଟ
-ଘ୍ରାଣ ଶକ୍ତି କମିଯିବା
-ଖାଲି ଜ୍ୱର ହେବା ଏବଂ କମ୍ପ ସହ ଜ୍ୱର ଆସିବା
-ଦୀର୍ଘସମୟ ଧରି କାଶିବା
-ନିଃଶ୍ୱାସ ନେବାରେ କଷ୍ଟ ହେବା
-ହାଲିଆ ଲାଗିବା
-ଭୋକ ନ ହେବା,
-ପତଳା ଝାଡା ହେବା
ନୂଆ ଭାରିଏଣ୍ଟର ଏସବୁ ଲକ୍ଷଣ ଦେଖିଲେ ସତର୍କ ହୋଇଯାଆନ୍ତୁ । ଭାରତରେ ଇଫେକ୍ଟିଭ ଭାକ୍ସିନ ଏବ ଭାକ୍ସିନେଶନ ରେଟକୁ ଦେଖିଲେ ଏହି ଭାରିଏଣ୍ଟକୁ ନେଇ ଚିନ୍ତାର କାରଣ ନାହିଁ, ତଥାପି ସତର୍କ ରହିବା ଜରୁରି ବୋଲି କହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ।