ହାରିଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀ କେ. ସୁରେଶ ଏବଂ ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି ।

ଓମ ବିର୍ଲା ହେଲେ ଲୋକସଭା ବାଚସ୍ପତି । ୪୮ ବର୍ଷ ପରେ ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମଧ୍ୟରେ ଲଢେଇ ହୋଇଥିଲା । ରାଜସ୍ଥାନ କୋଟାରୁ ୩ ଥର ସାଂସଦ ଓମ୍ ବିର୍ଲା ଶେଷରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କୁ ହାରିବାକୁ ପଡିଛି । ହେଲେ ଇଣ୍ଡି ମେଂଟ ସହ ବିବାଦ ସତ୍ୱେ ଟିଏମସି କେ ସୁରେଶଙ୍କୁ ସମର୍ଥନ କରିଛି ।୫୪୨ ଲୋକସଭା ଆସନରୁ ଏନଡିଏ ପାଖରେ ୨୯୩ ଆସନ ଏବଂ ୱାଇଏସଆର କଂଗ୍ରେସ ଦଳର ୪ ସାଂସଦଙ୍କ ସମର୍ଥନ ରହିଥିଲା । ସେହିପରି ବିରୋଧୀଙ୍କ ପାଖରେ ୨୭୧ ସାଂସଦ ଙ୍କ ସମର୍ଥନ ଥିଲା । ଯେଉଁଥିରେ ଟିଏମସିର ୨୯ ସାଂସଦ ଏବଂ ୩ ସ୍ୱାଧୀନ ସାଂସଦ ସମର୍ଥନ ରହିଛି । ହେଲେ ଏମାନଙ୍କ ଭିତରୁ ୭ ସାଂସଦ ଶପଥ ନେଇନଥିବା ଜଣାପଡିଛି ।

Related Articles

Back to top button