ବାୟୁସେନାର ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ପାଇଁ ନୂଆ ୟୁନିଫର୍ମ

ନୂଆଦିଲ୍ଲୀ: ବଦଳିଲା ବାୟୁସେନାର ୟୁନିଫର୍ମ। ଆଜି ବାୟୁସେନାର ୯୦ ତମ ପ୍ରତିଷ୍ଠା ଦିବସରେ ବାୟୁସେନା ପକ୍ଷରୁ ନୂଆ ୟୁନିଫର୍ମ ଜାରି କରାଯାଇଛି। ସେନା ମୁଖ୍ୟ ଭି.ଆର୍ ଚୌଧୁରୀ ବାୟୁସେନାର ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କ ପାଇଁ ଡିଜିଟାଲ କ୍ୟାମୋଫ୍ଲାଜ୍ଡ ୟୁନିଫର୍ମର ପାଷ୍ଟ ଲୁକ୍ ଜାରି କରିଛନ୍ତି। ଏହି ୟୁନିଫର୍ମରେ ସବୁ ପରିବେଶରେ ସେନା କର୍ମଚାରୀଙ୍କ ପାଇଁ ଅନୁକୂଳ ହେବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

ୟୁନିଫର୍ମର ଫାଷ୍ଟ ଲୁକ୍ ଜାରି କରିବା ସହିତ ସେନାରେ ଅନେକ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଭିଆର୍ ଚୌଧୁରୀ। ସ୍ୱାଧୀନତା ପରେ ପ୍ରଥମ କରି ବାୟୁସେନା ଅଫିସରଙ୍କ ପାଇଁ ୱେପନ୍ସ ସିଷ୍ଟମ ବ୍ରାଞ୍ଚ(ହତିଆର ପ୍ରଣାଳୀ ଶାଖା) ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବା ସେନା ମୁଖ୍ୟ କହିଛନ୍ତି।

ଏହି ସିଷ୍ଟମ ସ୍ଥଳ ଭାଗରୁ ସ୍ଥଳ ଭାଗ ଓ ସ୍ଥଳ ଭାଗରୁ ଆକାଶ ମାର୍ଗରେ ଟାର୍ଗେଟ କରୁଥିବା ମିସାଇଲ, ଦୂରରେ ଉଡ଼ୁଥିବା ବିମାନ ଓ ବହୁ ଚାଳକ ବିମାନରେ ଅସ୍ତ୍ରଶସ୍ତ୍ର ସଂଚାଳନ କରିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। ଏହି ନୂଆ ବ୍ରାଞ୍ଚ ସୃଷ୍ଟି ହେବା ଦ୍ୱାରା ବାୟୁସେନାରେ ବିମାନ ଉଡ଼ାଣ ପ୍ରଶିକ୍ଷଣ ପାଇଁ ଖର୍ଚ୍ଚ ହେଉଥିବା ୩୪୦୦ କୋଟି ଟଙ୍କାର ସଞ୍ଚୟ ହୋଇପାରିବ ବୋଲି ସେ କହିଛନ୍ତି।

ଭାରତୀୟ ବାୟୁସେନାର ଆଜି ୯୦ ତମ ପ୍ରତିଷ୍ଠା ଦିବସ ଅବସରରେ ଚଣ୍ଡିଗଡ଼ ବାୟୁସେନା ଷ୍ଟେସନ୍‌ରେ ଆୟୋଜିତ ଏକ ପରେଡ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ବାୟୁସେନା ମୁଖ୍ୟ ଭିଆର୍ ଚୌଧୁରୀ। ଏହି ପରେଡ୍‌ରେ ପାଖାପାଖି ୮୦ ସେନା ବିମାନ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।

Related Articles

Back to top button