
ମହାକୁମ୍ଭ ମେଳାର ସେକ୍ଟର ୧୮ ଏବଂ ୧୯ ମଧ୍ୟରେ ଥିବା ଅନେକ ପେଣ୍ଡାଲରେ ଅଗ୍ନିକାଣ୍ଡ
ଶନିବାର ଦିନ ପ୍ରୟାଗରାଜ ମହାକୁମ୍ଭ ମେଳାର ସେକ୍ଟର ୧୮ ଏବଂ ୧୯ ମଧ୍ୟରେ ଥିବା ଅନେକ ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଖବର ବ୍ୟାପିବା ପରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ, ମହାକୁମ୍ଭର ସେକ୍ଟର ୨୩ରେ ୯ ଫେବୃଆରୀ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ କରିବାରେ ସଫଲ ହୋଇଥିଲେ । ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମହାରାଜା ଭୋଗ ନାମକ ଏକ ଖାଦ୍ୟ ଦୋକାନରେ ନିଆଁ ଲାଗିଯାଇଥିଲା ଯାହା ଅନେକ ପେଣ୍ଡାଲକୁ ବ୍ୟାପିଯାଇଥିଲା ।ଫେବୃଆରୀ ୯ ତାରିଖ ଘଟିଥିବା ଅଗ୍ନିକାଣ୍ଡର ଦୁଇ ଦିନ ପୂର୍ବରୁ ମହାକୁମ୍ଭରେ ଆଉ ଏକ ଅଗ୍ନିକାଣ୍ଡ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଏକ ଶିବିରରେ ନିଆଁ ଲାଗିଥିଲା । ଅନେକ ତମ୍ବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନଥିଲା। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।