ଭବ୍ୟ ଦୀପୋତ୍ସବ ଲାଗି ସଜେଇ ହେଉଛି ଅଯୋଧ୍ୟା, ସାମିଲ ହେବେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟା: ଚଳିତ ବର୍ଷ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ପାଳନ କରାଯିବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରବିବାର ଦିନ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି। ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୀପୋତ୍ସବରେ ଯୋଗ ଦେଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଲାଗିପଡ଼ିଛନ୍ତି । ଅଯୋଧ୍ୟାରେ ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ ହୋଇଥିବା ବେଳେ ୧୫ ଲକ୍ଷରୁ ଅଧିକ ଦୀପ ଜଳିବା ପାଇଁ ପ୍ରସ୍ତୁତି ଚାଲିଛି।
The preparations for #Deepotsav2022 are almost complete!
We are to observe yet another celebration of the historic victory of Good over Evil.
Let's have a look into the holy direction!#DeepotsavAyodhya2022 #Deepotsav #Ayodhya#UPNahiDekhaToIndiaNahiDekha #RethinkTourism #India pic.twitter.com/53n07pAePI— UP Tourism (@uptourismgov) October 21, 2022
ଦୀପୋତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ରାମଲାଲା ବିରାଜମାନଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ନିର୍ମାଣ କାର୍ଯ୍ୟ ବୁଲି ଦେଖିବେ । ସରଜୁ ନଦୀର ସୁସଜ୍ଜିତ ଘାଟରେ ଆରତୀ ଦେଖିବା ପରେ ଦୀପୋତ୍ସବ ଆରମ୍ଭ ହେବ।
असंख्य दीपों से जगमगाएगी #अयोध्या !#रामकीपैड़ी पर लगभग 15 लाख दीपों को प्रज्वलित कर किया जाएगा प्रभु #श्रीराम का स्वागत .. #Ayodhya#DeepotsavAyodhya2022 #Deepotsav2022 #Deepotsav#UPNahiDekhaToIndiaNahiDekha #UPTourism #Diwali #UttarPradesh #RethinkTourism #VisitAyodhya #India pic.twitter.com/OM68FTRfR4
— UP Tourism (@uptourismgov) October 21, 2022
ଉତ୍ତରପ୍ରଦେଶର ଯୋଗୀ ସରକାର ଅଯୋଧ୍ୟା ଦୀପୋତ୍ସବ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଗତ ବର୍ଷ ୯ ଲକ୍ଷ ଦୀପ ଜଳାଇ ବିଶ୍ବ ରେକର୍ଡ ସୃଷ୍ଟି କରାଯାଇଥିଲା ।