ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି
ନୂଆଦିଲ୍ଲୀ : ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ୪ଟି ସହକାରୀ ସମିତିରେ ଜମା ହୋଇଥିବା କୋଟି କୋଟି ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରସ୍ତ କରିବା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଶାହା ବର୍ତ୍ତମାନ କେହି ଜମାକାରୀଙ୍କ ଟଙ୍କା ବନ୍ଦ କରିପାରିବେ ନାହିଁ ଏବଂ ପୋର୍ଟାଲରେ ପଞ୍ଜୀକରଣ ହେବାର ୪୫ ଦିନ ମଧ୍ୟରେ ସେମାନେ ଫେରସ୍ତ ପାଇବେ ବୋଲି ଜମାକାରୀଙ୍କୁ ଶାହା ଆଶ୍ୱାସନା ଦେଇଛନ୍ତି।