ଏଲ୍‌ଇଡି ଟିଭି ଫାଟି ଜଣେ ମୃତ, ଦୁଇ ଜଣ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଏକ ଘରେ ଏଲ୍‌ଇଡି ଟିଭି ଫାଟି ୧୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାସହ ଯୁବକଙ୍କ ମା’ ଏବଂ ତାଙ୍କର ଜଣେ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜଣାପଡିନାହିଁ। ତେବେ ପୋଲିସ ଘଟଣାସ୍ଥଳରେଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଘରେ ଏଲ୍‌ଇଡି ଟିଭି କୌଣସି କାରଣରୁ ବିସ୍ଫୋରଣ ହୋଇଥିଲା। ଫଳରେ ଓମେନ୍ଦ୍ର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Related Articles

Back to top button