
‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କୌଣସି ଦଳର ସ୍ଵାର୍ଥ ନୁହେଁ, ବରଂ ଦେଶର ସ୍ଵାର୍ଥ ସାଧନ ହେବ : ରାମନାଥ କୋଭିନ୍ଦ
ଦେଶରେ ଓଏନଓଇ ବା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଦୃଢ଼ ସ୍ଵରରେ ମତ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ଓଏନଓପି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ଏହି ବ୍ୟବସ୍ଥା ଲାଗୁ ହେଲେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧ରୁ ୧.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି କୋବିନ୍ଦ ବୁଧବାର କହିଛନ୍ତି। ବିଧାନସଭା ଏବଂ ଲୋକସଭା ନିର୍ବାଚନ ଏକ ସମୟରେ କରିବାକୁ କୋବିନ୍ଦ ସମର୍ଥନ କରିବା ସହିତ ଏଥିରେ କୌଣସି ଦଳର ସ୍ଵାର୍ଥ ନୁହେଁ, ବରଂ ଦେଶର ସ୍ଵାର୍ଥ ସାଧନ ହେବ ବୋଲି କହିଛନ୍ତି।ଓଏନଓଇ କମିଟି ଅଧ୍ୟକ୍ଷ କୋବିନ୍ଦ କହିଛନ୍ତି, ଏହା ଦେଶ ପାଇଁ ଗେମ୍ ଚେଞ୍ଜର ହେବ। କେବଳ ସେ ନୁହନ୍ତି, ବରଂ ଅର୍ଥନୈତିଜ୍ଞମାନେ ବି ଏହା ବିଶ୍ଵାସ କରନ୍ତି। ଏହା ଲାଗୁ ହେବା ପରେ ଦେଶର ଜିଡିପି ୧ରୁ ୧.୫ ପ୍ରତିଶତ ବୃଦ୍ଧି ପାଇବ।
ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଥିଲା। ଲୋକସଭା, ବିଧାନସଭା, ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନ ଏକ ସମୟରେ ୧୦୦ ଦିନ ମଧ୍ୟରେ କରାଯିବାକୁ ବ୍ୟବସ୍ଥା ରହିଛି। ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। କମିଟି ଏ ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି।