ବିଜୁଳି ପାଇଁ ଗୁଳିରେ ଗଲା ଜୀବନ
ବିହାରରେ ବିଜୁଳି ପାଇଁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଛି । କଟିହାର ଜିଲ୍ଲାରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର ବାସିନ୍ଦାମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିରୋଧ ପ୍ରଦର୍ଶନ କରୁଥିବା ଲୋକମାନେ ବିଦ୍ୟୁତ୍ କେନ୍ଦ୍ରରେ ପଥର ମାଡ କରିଥିଲେ । ଏହା ପରେ ପୁଲିସ ଏବଂ ପ୍ରଶାସନ ଦ୍ୱାରା ଲୋକଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା ।
ପରେ ଭିଡ ଅଧିକ ହ୍ରିଂସ୍ର ହେବାରୁ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ କଟିହାରର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
କଟିହାରରେ ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ ପରେ ବିରୋଧି ଦଳମାନଙ୍କ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।