ମହାଦେବ ଅନଲାଇନ୍ ଗେମିଂ ଆପରେ ୫ ହଜାର କୋଟି ଟଙ୍କା ବେଟିଂ, ଯାଞ୍ଚ କରିବ ଇଡି

ନୂଆଦିଲ୍ଲୀ: ଲୋକଙ୍କ ମଧ୍ୟରେ ଅନଲାଇନ୍ ଗେମ୍ ଖେଳିବାର ଉତ୍ସାହ ଭାବେ ବଢିଚାଲିଛି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି । ତେବେ ଛତିଶଗଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମହାଦେବ ଅନଲାଇନ୍ ଗେମିଂ ଆପ୍ଲିକେସନର ବ୍ୟାଙ୍କିଙ୍ଗ କାରବାର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିଛି ।

ଅନୁସନ୍ଧାନରେ ଯାହା ସାମ୍ନାକୁ ଆସିଥିଲା ତାହା ଇଡିକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଏହି ଗେମିଂ ଆପର ବ୍ୟାଙ୍କ ଆକାଉଣ୍ଟରୁ ଗତ ଏକ ବର୍ଷ ମଧ୍ୟରେ ମୋଟ ୫୦୦୦ କୋଟି ଟଙ୍କା କାରବାର ହୋଇଛି । ଏହି ମାମଲାରେ ଛତିଶଗଡ ପୋଲିସ ଗତ ତିନି ମାସ ମଧ୍ୟରେ ୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ମହାଦେବ ଅନଲାଇନ୍ ଗେମିଂ ଆପରୁ ବେଟିଂ କରାଯାଇଥିଲା ।

ପୋଲିସ କହିଛି ଯେ ଏହି ମାମଲାର ଅନୁସନ୍ଧାନ କରୁଥିବା ଅଧିକାରୀମାନେ ଆକଳନ କରିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ମହାଦେବ ଆପ୍ ଜରିଆରେ ସାରା ଦେଶରେ ୫୦୦୦ କୋଟି ଟଙ୍କା ମୂଲ୍ୟର କାରବାର ହୋଇଛି । ଏହି କାରବାର ଛତିଶଗଡରୁ ପରିଚାଳିତ ହେଉଥିଲା । ୩୦ ଟି କେନ୍ଦ୍ରରୁ ଏହି କାରବାର ପରିଚାଳିତ ହେଉଥିବା ପୋଲିସ କହିଛି । ପ୍ରତ୍ୟେକ କେନ୍ଦ୍ରରୁ ପ୍ରାୟ ୨୦୦ କୋଟି ଟଙ୍କା ମୂଲ୍ୟର କାରବାର କରାଯାଇଛି ।

Related Articles

Back to top button