
ହାଥରସରେ ପହଞ୍ଚି ପିଡୀତ ପରିବାରକୁ ଭେଟିଲେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ
ଉତ୍ତରପ୍ରଦେଶ ହାଥରସ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଦଳଚକଟାରେ ଯାଇଛି ଶତାଧିକ ଜୀବନ । ଗୋଟେ ପଟେ ଘଟଣାରେ ମୃତ୍ୟୁବରଣ କରିଥିବା ଓ ପୀଡିତଙ୍କ ଘରେ ଶୋକର ଛାୟା ଖେଳିଯାଇଥିବାବେଳେ, ସେପଟେ ଆଜି ହାଥରସରେ ପହଞ୍ଚିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ।ଶୁକ୍ରବାର ସକାଳୁ ସେହି ସ୍ଥାନରେ ପହଁଚିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଯେଉଁ ସ୍ଥାନରେ କିଛି ଦିନ ପୂର୍ବରୁ ଘଟିଛି ଭୟଙ୍କର ଦଳାଚକଟା ଘଟଣା । ଆଜି ହାତରସର ଏବଂ ଅଲ୍ଲୀଗଡରେ ପହଞ୍ଚି ପୀଡିତ ଓ ମୃତକଙ୍କ ପରିବାରକୁ ଭେଟିଛନ୍ତି ରାହୁଲ । ଧର୍ଯ୍ୟର ସହ ପୀଡିତଙ୍କ ମୁହଁରୁ ଲୋମଟାଙ୍କୁରା କଥା ଶୁଣିବା ସହ ସେମାନଙ୍କୁ ଆଶ୍ବାସନା ଓ ସମବେଦନା ଜଣାଇଥିଲେ ରାହୁଲ । ଭେଟିବା ପରେ ରାହୁଲ କହିଛନ୍ତି ଏହି ସମ୍ବେସନଶୀଳ ପ୍ରସଙ୍ଗ ସଂସଦରେ ଉଠାଇବେ ଓ ନ୍ୟାୟ ଦେବେ ।
ତେବେ ପାଖରେ କଂଗ୍ରେସ ନେତାଙ୍କୁ ପାଖରେ ଦେଖି କିଏ ନିଜ କୋହ ସମ୍ଭାଳିପାରିନି ତ ପୁଣି କିଏ ନ୍ୟାୟ ପାଇଁ ଦାବି କରିଛି । ସେପଟେ କଂଗ୍ରେସ କହିଛି ଜନତାଙ୍କ ଦୁଖ ବୁଝିବାକୁ ଦଳ ସବୁବେଳେ ପ୍ରତିଶ୍ରୁତିବଦ୍ଧ କିନ୍ତୁ ବିଜେପି ଏହାକୁ ରାଜନୀତିର ନାଁ ଦେଉଛି ବୋଲି କହିଛନ୍ତି କଂଗ୍ରେସ ନେତା।