ମୁଖତାର ଅନସାରୀଙ୍କ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ : ତିନି ଦିନ ମଧ୍ୟରେ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ

ମାଫିଆ ମୁଖତାର ଅନସାରୀଙ୍କ ମୃତ୍ୟୁକୁ ନେଇ ପରିବାରଠାରୁ ଆରମ୍ଭ କରି ସମସ୍ତ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି, ଯାହା ପରେ ଏ ସମ୍ପର୍କରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ବାନ୍ଦା କୋର୍ଟର ମୁଖ୍ୟ ବିଚାରପତି ଭଗତ ଦାସ ଗୁପ୍ତା ମୁଖତାର ଅନସାରୀଙ୍କ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗରିମା ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ତିନି ଦିନ ମଧ୍ୟରେ ମୁଖତାର ଅନସାରୀଙ୍କ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପଡିବ ।

ଏହି ମୃତ୍ୟୁକୁ ନେଇ ମୁଖତାର ଅନସାରୀଙ୍କ ପରିବାର ପକ୍ଷରୁ ଅନେକ ଗୁରୁତର ଅଭିଯୋଗ ଆସିଛି । ପରିବାର ସଦସ୍ୟ ତାଙ୍କୁ ସ୍ଲୋ ପଏଜନ୍ ଦେଇଥିବାର ଅଭିଯୋଗ କରିଛନ୍ତି । ଏହାପୂର୍ବରୁ କୋର୍ଟରେ ହାଜର ହେବା ସମୟରେ ମୁଖତାର ଅନସାରୀ ମଧ୍ୟ ଏଭଳି ଅଭିଯୋଗ ଆଣିଥିଲେ । ଯାହା ପରେ ଏହି ବିଷୟରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ଅନେକ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Related Articles

Back to top button