
୫ ବର୍ଷରେ ସରକାରୀ ନିଯୁକ୍ତି ପାଇଛନ୍ତି ୨ ଲକ୍ଷ ୪୬ ହଜାରରୁ ଅଧିକ ପ୍ରାର୍ଥୀ
ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଏବଂ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ମୋଟ ଦୁଇ ଲକ୍ଷ ୪୬ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି ବୋଲି ସରକାର କହିଛନ୍ତି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହା କହିଛନ୍ତି। ସେ କହିଛନ୍ତି, ପ୍ରତିବର୍ଷ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ଦିଆଯାଇଥିବା ଆବଶ୍ୟକତାକୁ ଆଧାର କରି ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଏ। ମନ୍ତ୍ରୀ କହିଛନ୍ତି ଯେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଠିକ ସମୟରେ ପଦକ୍ଷେପ ନେବାକୁ ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।