ବର୍ଷକ ମଧ୍ୟରେ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆଣ୍ଟିବାୟୋଟିକ ଖାଇଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟଙ୍କ ମନଇଚ୍ଛା ଔଷଧ ବ୍ୟବହାର ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। ତାହା ପୁଣି ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରାଯାଇଛି। ରିପୋର୍ଟ ମୁତାବକ ୨୦୧୯ରେ ଭାରତୀୟମାନେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆଣ୍ଟିବାୟୋଟିକଖାଇଛନ୍ତି । ଆଜିଥ୍ରୋମାଇସିନକୁ ସର୍ବାଧିକ ବ୍ୟବହାର କରାଯାଇଛି । କରୋନା ସମୟରେ ନିଜ ରୋଗକୁ ଚାପି ରଖି ଔଷଧ ଦୋକାନରୁ ସିଧାସଳଖ ଏହା କିଣା ଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ସ୍ୱାସ୍ଥ୍ୟ ସମ୍ପର୍କିତ ଗବେଷଣା କରୁଥିବା ଳାନସେଟ ରିଜିଓନାଲ ହେଲଥ ସାଉଥଇଷ୍ଟ ଏସିଆ ପତ୍ରିକାରେ ଏହି ତଥ୍ୟ ପ୍ରକାଶ ପାଇଛି।

ଭାରତରେ ଏଥିନେଇ ନିୟମକୁ ଆହୁରି କଡା କରିବା ପାଇଁ ଉକ୍ତ ସଂସ୍ଥା ପରାମର୍ଶ ଦେଇଛି । ଆମେରିକା ଓ ୟୁରୋପରେ ଆଂଟିବାୟୋଟିକ ବ୍ୟବହାର ଉପରେ କଟକଣା ରହିଛି । ଯାହାକି ଭାରତରେ ଦେଖିବାକୁ ମିଳୁ ନାହିଁ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଡାକ୍ତରମାନଙ୍କୁ ଲାଞ୍ଚ ଦେଇ ପାରାସିଟମଲ ଡୋଲୋ-୬୫୦ କୋଟି କୋଟି ଟଙ୍କାର କାରବାର କରିଥିଲା । ଯାହା ଏକ ଚିନ୍ତାର ବିଷୟ ପାଲଟିଥିଲା ।

Related Articles

Back to top button