
ପହଲଗାମ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲାଖାଏଁ ସହାୟତା ଘୋଷଣା
ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ପର୍ଯ୍ୟଟକଙ୍କ ପରିବାର ପାଇଁ ଅବଦୁଲ୍ଲା ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲାଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ସେହିପରି ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀର ସରକାର ।