
ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେଲେ ପାକିସ୍ତାନୀ ଆତଙ୍କବାଦୀ
ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହେଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ସୁରକ୍ଷା କର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ୨୪ ଘଣ୍ଟା ଧରି ମୁକାବିଲା ପରେ ଜାମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହାର୍ଡକୋର ଭଳି ଉଚ୍ଚ ପଦବୀରେ ଅବସ୍ଥାପିତ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି।
ତାଙ୍କୁ ଏହି ଅଞ୍ଚଳରେ ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ପଠାଯାଇଥିଲା। ସେ ଗୁମ୍ଫାରୁ କାର୍ଯ୍ୟ କରୁଥିବା ତଥା ଲୁଚି ରହିଥିବା IED ର ଜଣେ ବିଶେଷଜ୍ଞ ଏବଂ ଜଣେ ତାଲିମପ୍ରାପ୍ତ ସ୍ନାଇପର ବୋଲି ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି। ସୂଚନା ଅନୁଯାୟୀ, ବୁଧବାର ସକାଳେ ରଜୌରୀ ସେକ୍ଟରର ବାଜିମଲ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହେଵା ସହ ଅପରେସନ ଆରମ୍ଭ କରାଯାଇଥିଲା। ଏହି ଗୁଳିବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହାସହ ରଜୌରୀର ବାଜିମଲ ଫରେଷ୍ଟ ଏରିଆରେ ଆତଙ୍କବାଦୀଙ୍କର ଗତିବିଧିର ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ସ୍ପେଶାଲ ଫୋର୍ସ ଓ ସ୍ଥାନୀୟ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।