ମାର୍ଚ୍ଚ ୨୦୨୩ ସୁଦ୍ଧା ପାନ୍-ଆଧାର ସଂଯୋଗର ଡେଡ ଲାଇନ ଘୋଷଣା କଲେ ସରକାର
ନୂଆଦିଲ୍ଲୀ: ପାନ-ଆଧାର ସଂଯୋଗ କରିବାକୁ ସରକାର ବାଧ୍ୟତାମୂଳକ କରି ଦେଇଛନ୍ତି । ଏଥିପାଇଁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଡେଡ ଲାଇନ ଦେଇଛନ୍ତି । ମୋଟ ୬୧ କୋଟି ପାନରୁ ୪୮ କୋଟି ପାନ ଆଧାର କାର୍ଡ ସହ ଲିଙ୍କ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆଧାର-ପାନ ସଂଯୋଗ ନ ହେବ ତେବେ କାରବାର ତଥା ଟାକ୍ସ ସମ୍ପନ୍ଧୀୟ କାରବାରରେ ସମସ୍ୟା ଦେଖା ଦେବ ।
ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସେସ (CBDT) ର ଚେୟାର ପର୍ସନ ନିତିନ ଗୁପ୍ତା ରବିବାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଅନେକ ପାନ ଆଧାର ସହ ଯୋଡା ଯାଇନାହିଁ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବାକି ସବୁ ପାନ କାର୍ଡ ଆଧାର ସହ ସଂଯୋଜିତ ହୋଇଯିବ ବୋଲି ଆମେ ଆଶା କରୁଛୁ ।
ଅନ୍ୟପକ୍ଷେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଆଧାର କାର୍ଡ ସହ ସଂଯୋଗ ହୋଇ ନ ଥିବା ପାନ କାର୍ଡକୁ ନିଷ୍କ୍ରିୟ ଘୋଷଣା କରାଯିବ । ଏଥିସହିତ ସରକାର ଏକଥା ମଧ୍ୟ ଘୋଷଣା କରିଛନ୍ତି, ମାର୍ଚ୍ଚ ୩୧ ମଧ୍ୟରେ ଆଧାର-ପାନ ଲିଙ୍କ କରାଇବା ପାଇଁ ୧ ହଜାର ଟଙ୍କା ଶୁଳ୍କ ଦେବାକୁ ପଡିବ ।