ଦୁର୍ଘଟଣା ପରେ ରାସ୍ତାରେ ପଡ଼ିଥିଲେ ପନ୍ତ, ସାହାଯ୍ୟ ନ କରି କିଏ ପଇସା ଗୋଟାଉଥିଲେ ତ ଆଉ କିଏ ନେଉଥିଲେ ସେଲ୍ଫି

ନାରସାନ: ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳି ରିଷଭ ପନ୍ତ ଆଜି ଏକ ବଡ ବିପଦରୁ ରକ୍ଷା ପାଇଛନ୍ତି । ଅଳ୍ପକେ ତାଙ୍କ ଜୀବନ ବଂଚିଯାଇଛି । ତେବେ ଏହି ଦୁର୍ଘଟଣା ବେଳେ କେତେକ ଘଟଣା ଆମମାନଙ୍କ ପାଇଁ ଲଜ୍ଜାର ବିଷୟ ସାଜିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଳି ଯାଇଥିଲା । ଛଟପଟ ହୋଇ ପନ୍ତ କାରରୁ ବାହାରକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ବ୍ୟକ୍ତିମାନେ ତାଙ୍କୁ ସହଯୋଗ କରି ନ ଥିଲେ । କିଏ ଟଙ୍କା ଗୋଟାଇବାରେ ବ୍ୟସ୍ତ ଥିଲା ତ ଆଉ କିଏ ମୋବାଇଲରେ ଫଟୋ ଉଠାଉଥିଲା । ମଆଙ୍କୁ ଦେଖା କରିବା ପାଇଁ ପନ୍ତ ଯାଉଥିଲେ । ତାଙ୍କ ପାଖରେ ୪ରୁ୫ ଲକ୍ଷ ଟଙ୍କା ଥିଲା । ଦୁର୍ଘଟଣା ପରେ ଏହା ରାସ୍ତ ଉପରେ ପଡି ଯାଇଥିଲା । ତେବେ ଏହି ସମୟରେ ୨ଟି ଯୁବକ ଦେବଦୂତ ସାଜିଥିଲେ । ସେମାନେ ଖୁବ କମ ସମୟ ମଧ୍ୟରେ ଠିକ ସମୟରେ ପନ୍ତଙ୍କୁ ଡାକ୍ତରଖାନାରେ ପଂହଚାଇଥିଲେ ।

ଡାକ୍ତର ସୁଶୀଲ ନାଗରଙ୍କ ମତରେ ଆଣିବା ବେଳେ ପନ୍ତଙ୍କ ଅବସ୍ଥା ଗୁରୁତର ଥିଲା । ଏବେ ତାଙ୍କ ସ୍ଥିତି ନିୟନ୍ତ୍ରଣରେ ରହିଛି । ଡେରାଡୁନର ମ୍ୟାକ୍ସ ଡାକ୍ତରଖାନାକୁ ତାଙ୍କ ସ୍ଥାନାନ୍ତରିତ କରାଯାଇଛି । ପନ୍ତଙ୍କ କେତେକ ସ୍ଥାନରେ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି ଡାକ୍ତର କହିଛନ୍ତି । ତାଙ୍କ ପିଠି ଏବଂ ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଛି ।

Related Articles

Back to top button