
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତ
ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ମଙ୍ଗଳବାର ରାତିରେ ଦେହାନ୍ତ ହୋଇଛି। ଶିରୋମଣି ଅକାଳି ଦଳର ପ୍ରତିଷ୍ଠାତା ହେଉଛନ୍ତି ପ୍ରକାଶ ସିଂ ବାଦଲ। ନିକଟରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାଦଲଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଶୀଘ୍ର ଆରୋଗ୍ୟଚ କାମନା କରିଥିଲେ।
ପଞ୍ଜାବର ପାଞ୍ଚଥର ମୁଖ୍ୟମନ୍ତ୍ରୀ ୯୫ ବର୍ଷିୟ ବାଦଲଙ୍କୁ ମଧ୍ୟ ଗତ ବର୍ଷ ଜୁନ୍ ମାସରେ ଗ୍ୟାଷ୍ଟ୍ରାଇଟିସ୍ ଏବଂ ନିଶ୍ୱାସ ପ୍ରଶ୍ୱାସ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟ-କୋଭିଡ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ତାଙ୍କୁ ଫେବୃଆରୀ ୨୦୨୨ ରେ ମୋହାଲିର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଗତ ବର୍ଷ ଜାନୁଆରୀରେ ବାଦଲ କରୋନା ସଂକ୍ରମିତ ହୋଇ ଲୁଧିଆନାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।