ପ୍ରତ୍ୟାହତୃ ହେଲା ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ଆନ୍ଦୋଳନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ହୋଇଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଅଟୋ ଚାକଳ ସଂଘ ରାସ୍ତାରୁ ହଟିଥିବା ଜଣାପଡିଛି। ଗତକାଲି ସୁଆଣ୍ଡୋରେ ଜଣେ ଅଟୋ ଚାଳକଙ୍କ ସହ ହୋଇଥିବା ଦୁର୍ବବ୍ୟବହାର ଅଭିଯୋଗରେ ସେମାନେ ଆନ୍ଦୋଳନ କରିଥିଲେ। ସେଠାକାର ପୋଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହେବ ବୋଲି ପୋଲିସ ଡିଜି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସୂଚନାଯୋଗ୍ୟ , ଗତକାଲି ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଭୁବନେଶ୍ୱର, ପୁରୀ , ନୟାଗଡ ସମେତ ପଶ୍ଚିମଓଡିଶାର ସମ୍ବଲପୁର, ବୁର୍ଲା, କୁଚିଣ୍ଡା ଆଦି ସହରରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜୋରଦାର କରାଯାଇଥିଲା । କିନ୍ତୁ ସରକାରୀ ବସ ସହ ବାଇକ୍ ଏବଂ ଅନ୍ୟାନ୍ୟ ଘରୋଇ ଗାଡି ରାସ୍ତାରେ ଗଡିଥିଲା । ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୃଷ୍ଟରେ ରଖି ଅଟୋ ଚାଳକ ସଂଘ ଏହି ଆନ୍ଦୋଳନରୁ ବାଦ୍ ପଡିଥିଲା । ଲୋକମାନଙ୍କୁ ଜରୁରୀକାଳୀନ ସେବା ଏମାନେ ଯୋଗାଇ ଦେଇଥିଲେ । ଖୋର୍ଦ୍ଧା ତମାଣ୍ଡୋ ନିକଟରେ ଆନ୍ଦୋଳନରତ ଡ୍ରାଇଭର ଏକ ଅଟୋକୁ ଅଟକାଇ ଚାଳକଙ୍କ ବେକରେ ଫୁଲ ହାର ପକାଇବା ସହ ସିଲଟ୍ ଧରାଇ ଫଟୋ ଉଠାଇଥିଲେ । ଯାହାକୁ ଅଟୋ ଚାଳକ ମାନେ ଘୋର ବିରୋଧ କରିବା ସହ ଏହାର ପ୍ରତିବାଦରେ ରାଜରାସ୍ତାରେ ପିକେଟିଂ କରିଥିଲେ । ଫଳରେ ଯାତାୟତ ପୁରାପୁରି ବାଧାପ୍ରାପ୍ତ ହୋଇଥିଲା ।

ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାନଗଲେ ରାଜରାସ୍ତାରେ ଅଶାନ୍ତ ପରସ୍ଥିତି ସୃଷ୍ଟି ହେବ ବୋଲି ଅଟୋଚାଳକ ସଂଘ ପକ୍ଷରୁ ଧମକ ଦିଆଯାଇଥିଲା । ପୋଲିସ କମିଶନର ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାେଇନ୍ ନମ୍ବର କାମ କରୁନି ଏବଂ ସେଥିରୁ କିଛି ସମାଧାନ ବାଟ ବାହାରୁନି । ପୋଲିସ ଉପସ୍ଥିତିରେ ଡ୍ରାଇଭର ମହାସଂଘର ଏଭଳି କାର୍ଯକଳାପ ଏବଂ ପୋଲିସ ନୀରବ ରହି ଦର୍ଶକ ସାଜଛି ବୋଲି ଅଟୋ ଚାଳକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏଥିରେ ଶହ ଶହ ଅଟୋ ଚାଳକ ସାମିଲ ହୋଇଥିଲେ ।

Related Articles

Back to top button