ସୁପ୍ରିମକୋର୍ଟରେ ବିଚାରଧୀନ ମାମଲା ବୋଝ କମ କରିବା ପାଇଁ ସବୁ ବେଞ୍ଚ ପାଇଁ ଧାର୍ଯ୍ୟ ହେବ ପ୍ରତିଦିନର ସର୍ବନିମ୍ନ କାମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରଧୀନ ମାମଲା ବୋଝ କମ କରିବା ପାଇଁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ମଧ୍ୟ ପୂର୍ବତନ ସିଜେଆଇ ୟୁୟୁ ଲଲିତଙ୍କ ରାସ୍ତାରେ ଆଗକୁ ବଢୁଛନ୍ତି । ତେବେ ତାଙ୍କର ଫର୍ମୁଲା ଟିକେ ଅଲଗା ରହିଛି, ଫଳରେ ବିଚାରପତିଙ୍କ ଉପରେ ମଧ୍ୟ କାମର ବୋଝ ପଡିବ ନାହିଁ । ସିଜେଆଇ ଚନ୍ଦ୍ରଚୂଡ ପ୍ରାୟ ୭୦ ହଜାର ବିଚାରଧୀନ କେସକୁ ସାରିବା ପାଇଁ ଧିର ଏବଂ ସ୍ଥାୟୀ ଉପାୟ ବାହର କରିଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ସବୁ ବେଞ୍ଚ ଆଗରେ ପ୍ରତିଦିନ ୧୦-୧୦ ଜାମିନ ଯାଚିକା ଏବଂ ୧୦-୧୦ ଟ୍ରାନ୍ସଫର କେସ ଉପରେ ଶୁଣାଣି ହେବ ।

ଏହିପରି ସୁପ୍ରିମକୋର୍ଟରେ ପ୍ରତିଦିନ ଜାମିନ ଏବଂ କେସ ଟ୍ରାନ୍ସଫର ସହ ଜଡିତ ୧୩୦-୧୩୦ ମାମଲର ଶୁଣାଣି ହେବ । ସପ୍ତାହରେ ୬୫୦-୬୫୦ ଉପରେ ଶୁଣାଣି ହେବ । ଶୁକ୍ରବାର ସିଜେଆଇ ଓପନ କୋର୍ଟରେ କହିଛନ୍ତି ଯେ, ସୁପ୍ରିମକୋର୍ଟର ଫୁଲ କୋର୍ଟ ମିଟିଂରେ ଏହା ଉପରେ ଧ୍ୟାନ ଯାଇଛି ଯେ, ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କେସ ଟ୍ରାନ୍ସଫର ପାଇଁ ଦାବି କରୁଥିବା ୩୦୦୦ରୁ ଅଧିକ ଯାଚିକା ବିଚାରଧୀନ ରହିଛି । ଏଥିରେ ଅଧିକାଂଶ ବିବାହ ଜଡିତ ମାମଲା । ସେ କହିଥିଲେ ଯଦି ପ୍ରତି ବେଞ୍ଚ ଏହିପରି ୧୦ଟି ଲେଖାଏଁ ମାମଲାର ଶୁଣାଣି କରନ୍ତି ତେବେ ସପ୍ତାହରେ ୬୫୦ ମାମଲାର ଶୁଣାଣି ହୋଇପାରିବ । ଏହିପରି ୫ ସପ୍ତାହ ଅର୍ଥାତ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ସବୁ ମାମଲାର ଶୁଣାଣି ହୋଇପାରିବ।

ସିଜେଆଇ ଚନ୍ଦ୍ରଚୂଡ ମାମଲାକୁ କମ କରିବା ପାଇଁ ସମସ୍ତ ବିଚାରପତିଙ୍କୁ ବିଶ୍ୱାସକୁ ନେଇ ବିନା କୌଣସି ମାନବୀୟ ବାଧାରେ ବୈଷୟିକ ସାହାଯ୍ୟରେ କେସର ଲିଷ୍ଟିଂକୁ ଦ୍ରୁତ କରିବା ପାଇଁ ଏକ ପ୍ରଣାଳୀ ବାହାର କରୁଛନ୍ତି । ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ଶନିବାର, ସୋମବାର ଏବଂ ମଙ୍ଗଳବାର ପଞ୍ଜିକୃତ ହୋଇଥିବା ସବୁ ମାମଲାକୁ ଆସନ୍ତା ସୋମବାର ଶୁଣାଣି ପାଇଁ ଲିଷ୍ଟିଂ ହେବ । ଗୁରୁବାର ଏବଂ ଶୁକ୍ରବାର ପଞ୍ଜିକୃତ ହେଉଥିବା ମାମଲାକୁ ଆସନ୍ତା ଶୁକ୍ରବାର ଶୁଣାଣି ପାଇଁ ଲିଷ୍ଟିଂ କରାଯିବ ।

Related Articles

Back to top button