
ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ହୋଇ ରହିବାକୁ ଚାହେ, ତେବେ ତାକୁ ସେହିଭଳି ଆଚରଣ ମଧ୍ୟ କରିବାକୁ ପଡ଼ିବ : ଆମେରିକା
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ ବିରୋଧରେ କ୍ରମାଗତ ଭାବେ କଠୋର ମନ୍ତବ୍ୟ ଦେଇଆସୁଛି । ହ୍ଵାଇଟ୍ ହାଉସର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତକୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଭାରତ ଆମେରିକାର ରଣନୈତିକ ସହଯୋଗୀ ହୋଇ ରହିବାକୁ ଚାହେ, ତେବେ ତାକୁ ସେହିଭଳି ଆଚରଣ ମଧ୍ୟ କରିବାକୁ ପଡ଼ିବ । ଏହି ବୟାନ ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଭାରତ ଋଷରୁ ତେଲ ଆମଦାନୀ ଜାରି ରଖିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବଶୀଘ୍ର ଚୀନ ଗସ୍ତ କରିବାକୁ ଯାଉଛନ୍ତି । ନାଭାରୋଙ୍କ ବୟାନ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି । ଆମେରିକା ଅଭିଯୋଗ କରି ଆସିଛି ଯେ ଭାରତ ଋଷିଆରୁ ତେଲ କିଣିବା ଦ୍ୱାରା ମସ୍କୋକୁ ୟୁକ୍ରେନ ଯୁଦ୍ଧ ଜାରି ରଖିବା ପାଇଁ ଆର୍ଥିକ ସହାୟତା ମିଳୁଛି ।