କମିଲା ତୈଳଦର: ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୪୦ ପଇସା ହ୍ରାସ

ନୂଆଦିଲ୍ଲୀ: ୫ ମାସ ପରେ କମିବ ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା ।

ତଥାପି ଦେଶର ବିଭିନ୍ନ ସ୍ଥାନରେ ଏବେବି ପେଟ୍ରୋଲ୍ ଲିଟର ପିଛା ଦର ଶହେ ଟଙ୍କା ଉପରେ ରହିଥିବା ବେଳେ ଡିଜେଲ ଲିଟର ପିଛା ୯୦ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି । ମିଳିଥିବା ସୂଚନା ଅନୁସାରେ ପେଟ୍ରୋଲ ଓ ଡିଜେଲ୍ ପିଛା ୪୦ ପଇସା ହ୍ରାସ ପାଇବ । ମଙ୍ଗଳବାର ସକାଳ ୬ଟାରୁ ଲାଗୁ ହେଲା ନୂଆ ଦର ।

ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ୍ ଦର ୮୯.୬୨ ପଇସା ରହିଛି । ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ୍ ଦର ୯୪.୭୬ ପଇସା ରହିଛି ।

Related Articles

Back to top button