ବଢ଼ିଲା PF ସୁଧ ହାର

ସାଢ଼େ ୬ କୋଟି ଲୋକଙ୍କ ପାଇଁ ଏକ ବଡ଼ ଖୁସି ଖବର । ନରେନ୍ଦ୍ର ମୋଦୀ ସରକାର ଦେଶର ଜନସାଧାରଣଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏଣିକି କର୍ମଚରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ କୋଟି କୋଟି ଗ୍ରାହକଙ୍କ ଆକାଉଣ୍ଟକୁ ଆସିବ ଅଧିକ ଅର୍ଥ । ଇପିଏଫ ସୁଧ ହାର ବୃଦ୍ଧି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । କର୍ମଚାରୀ ଭବିଷ୍ୟ ନିଧି ଯୋଜନା, ୧୯୫୨ର ଧାରା ୬୦(୧) ଅଧିନରେ କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି ।

ଇପିଏଫଓ ଖାତାଧାରୀଙ୍କୁ ମିଳିବାକୁ ଥିବା ସୁଧ ହାର ବୃଦ୍ଧି ଘୋଷଣା ସମ୍ବନ୍ଧୀୟ ସର୍କୁଲାର ଆଜି ଜାରି କରାଯାଇଛି । ୨୦୨୨-୨୩ ଆଥିର୍କ ବର୍ଷ ପାଇଁ ଇପିଏଫ ଆକାଉଣ୍ଟରେ ୮.୧୫ ପ୍ରତିଶତ ମିଳିବା ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ (ସିବିଡିଟି) ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା । ତେବେ ବୋର୍ଡର ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯିବା ସହିତ ମଞ୍ଜୁରୀ ପ୍ରଦାନ ନେଇ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଥିଲା ।

ସୁଧ ହାରକୁ ନେଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥାଏ । ତେଣୁ ଏନେଇ ଗ୍ରାହକମାନେ ମନ୍ତ୍ରଣାଳୟର ଅଧିସୂଚନାକୁ ଅପେକ୍ଷା କରି ରହିଥିଲେ । ୨୦୨୧-୨୨ ପାଇଁ ଇପିଏଫଓ ପିଏଫ ଖାତାଧାରୀଙ୍କ ପାଇଁ ୮.୧ ପ୍ରତିଶତ ସୁଧ ହାର ଧାର୍ଯ୍ୟ କରିଥିଲା । ତାହା ପାଖାପାଖି ୪୦ ବର୍ଷ ମଧ୍ୟରେ ସବୁଠାରୁ କମ୍ ସୁଧ ହାର ରହିଥିଲା । ୧୯୭୭-୭୮ରେ ସୁଧହାର ୮ ପ୍ରତିଶତ ରହିଥିଲା ।

Related Articles

Back to top button