ଏବେ ବିଦେଶରେ ମଧ୍ୟ କରି ହେବ ‘ଫୋନ ପେ’ରୁ ଟ୍ରାଞ୍ଜାକ୍ସନ୍

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ PhonePe ନିଜ ୟୁଜର୍ସମାନଙ୍କ ପାଇଁ ନୂଆ ଫିଚର୍ସ ଲଞ୍ଚ କରିଛି । PhonePe ସହ ଜଡ଼ିତ ନୂଆ ଫିଚର୍ସ ସାହାଯ୍ୟରେ ୟୁଜର୍ସମାନେ ଭାରତ ବ୍ୟତୀତ ଅନ୍ୟ ଦେଶରେ ଯାତ୍ରା କରୁଥିବା ବେଳେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିପାରିବେ । ଏହାର ଅର୍ଥ ଏବେ ବିଦେଶରେ ଟ୍ରାଞ୍ଜୋକ୍ସନ କରିବାରେ PhonePe ଆପଣଙ୍କୁ ସାହାଯ୍ୟ କରିବ । ତେବେ ୟୁଜର୍ସମାନଙ୍କୁ ଏପରି ଫିଚର୍ସ ଯୋଗାଇପାରେ PhonePe ହୋଇଛି ପ୍ରଥମ କମ୍ପାନୀ ।

ଏହି ଫିଚର୍ସ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବାକୁ ଯାଉଛି । ଆପଣ ବର୍ତ୍ତମାନ ବିଦେଶ ଭ୍ରମଣ କରିବା ସମୟରେ PhonePe ଆପ୍ ରେ UPI ମାଧ୍ୟମରେ ସହଜରେ ବିଦେଶୀ ବ୍ୟବସାୟୀଙ୍କୁ ଦେୟ ପ୍ରଦାନ କରିବାରେ ସକ୍ଷମ ହେବେ । ଏହା ଠିକ୍ ସେହିପରି କାମ କରିବ ଯେପରିକି ଆପଣଙ୍କର ଆନ୍ତର୍ଜାତୀୟ ଡେବିଟ୍ କାର୍ଡ କାମ କରିଥାଏ ଓ ଆପଣଙ୍କ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ବିଦେଶୀ ମୁଦ୍ରା କଟାଯିବ ।

ଲୋକଙ୍କୁ ସୂଚନା ଦେବା ଉଦ୍ଦେଶ୍ୟରେ କୁହାଯାଇଛି ଯେ, ଫୋନପେ ୟୁଜର୍ସଙ୍କୁ UPI International ପେମେଣ୍ଟ କରିବା ପାଇଁ ପ୍ରଥମେ ଆପ୍ ସହ ଲିଙ୍କ୍ ୟୁପିଆଇ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟକୁ ଆକ୍ଟିଭ୍ କରିବାକୁ ପଡ଼ିବ । କମ୍ପାନୀ କହିଛି ଯେ. ଏହି ଫିଚର୍ସକୁ ଟ୍ରିପରେ ଯିବା ପୂର୍ବରୁ କିମ୍ବା ଲୋକେସନରେ ପହଞ୍ଚିବା ପରେ କରାଯାଇପାରିବ । ଏହି ସେବାକୁ ଆକ୍ଟିଭ କରିବା ପାଇଁ ୟୁଜର୍ସଙ୍କୁ ନିଜର ୟୁପିଆଇ ପିନ୍ ଏଣ୍ଟର କରିବାକୁ ପଡ଼ିବ ।

Related Articles

Back to top button