ଶ୍ରଦ୍ଧା ହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର ଦାବି କରି ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଦାବି କରି ଦିଲ୍ଲୀ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମାମଲାକୁ ଦିଲ୍ଲୀ ପୁଲିସ ହାତରୁ ନେଇ ସିବିଆଇକୁ ଦିଆଯାଉ ବୋଲି ଜଣେ ଓକିଲ କୋର୍ଟରେ ଆବେଦନ କରିଛନ୍ତି।

ଆବେଦନରେ କୁହାଯାଇଛି ଯେ ଦିଲ୍ଲୀ ପୁଲିସ ପାଖରେ ଯଥେଷ୍ଟ ପୁଲିସ କର୍ମୀ ଓ ପ୍ରଶାସନିକ କର୍ମଚାରୀର ଅଭାବ ଅଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀ ପୁଲିସ ପାଖରେ ଟେକ୍ନିକାଲ ଓ ସାଇଣ୍ଟିଫିକ ବ୍ୟବସ୍ଥାର ଅଭାବ ବି ରହିଛି। ତେଣୁ ସେମାନେ ଏଭଳି ଜଘନ୍ୟ କାଣ୍ଡରେ ଠିକ୍ ଭାବରେ ତଦନ୍ତ କରିପାରିବେ ନାହିଁ।

ସୂଚନା ଥାଉକି ୨୬ ବର୍ଷୀୟା ଶ୍ରଦ୍ଧା ୱାଲକରଙ୍କୁ ତାଙ୍କ ବୟଫ୍ରେଣ୍ଡ ୨୮ ବର୍ଷୀୟ ଅଫତାବ ଅତି ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ। ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି କାଟି ମୃତଶରୀରକୁ ଚତୁରତାର ସହ ଏଣେତେଣେ ଫିଙ୍ଗୁଥିଲା। ମେ ୧୮ ତାରିଖରେ ଖର୍ଚ୍ଚ ଓ ଧୋକା ଦେବା କଥାକୁ ନେଇ ଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଛି। ମାମଲାରେ ପୁଲିସ ଦୋଷୀ ଅଫତାବକୁ ଗିରଫ କରିବା ସହିତ ମାମଲାର ତଦନ୍ତ ଜାରି ରହିଛି।

Related Articles

Back to top button