ଅରୁଣାଚଳପ୍ରଦେଶରେ ପ୍ରଥମ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳପ୍ରଦେଶ ଗସ୍ତରେ ଅଛନ୍ତି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶନିବାର ଇଟାନଗରରେ ପ୍ରଥମ ଗ୍ରିନଫିଲ୍ଡ ଏୟାରପୋର୍ଟ ଡୋନୀ ପୋଲୋଏୟାରପୋର୍ଟର ଉଦଘାଟନ କରିଛନ୍ତି। ଡୋନୀ ପୋଲୋ ଏୟାରପୋର୍ଟ ହୋଲୋଙ୍ଗୀରେ ରହିଛି। ଏହା ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ଦ୍ବାରା ରାଜ୍ୟରେ ଯୋଗାଯୋଗ, ବାଣିଜ୍ୟ ଏବଂ ପର୍ଯ୍ୟଟନରେ ବିସ୍ତାର ହେବ।

ପ୍ରକୃତରେ ପୁର୍ବୋତ୍ତର ରାଜ୍ୟ ଅରୁଣାଚଳ ପ୍ରଦେଶକୁ ଏହା ପୂର୍ବରୁ କୌଣସି ଏୟାରପୋର୍ଟ ନଥିଲା। ଲୋକଙ୍କୁ ଯାତ୍ରା କରିବା ପାଇଁ ଆସାମର ଉତ୍ତର ଲଖିମପୁର ଜିଲ୍ଳାଠାରୁ ୮୦ କିଲୋମିଟର ଦୂର ଲୀଲାବାଡ଼ୀ ଏୟାରପୋର୍ଟ ଯିବାକୁ ପଡ଼ୁଥିଲା। ଅବଶ୍ୟ ଡୋନୀ ପୋଲୋର ଉଦଘାଟନ ପରେ ଏବେ ଯାତ୍ରୀଙ୍କୁ ବିମାନ ଯାତ୍ରାରେ ସୁବିଧା ହେବ।

ଏୟାରପୋର୍ଟ ସହ ପିଏମ ମୋଦୀ ଅରୁଣାଚଳ ପ୍ରଦେଶରେ ୬୦୦ ମେଗାଓ୍ବାଟର କାମେଙ୍ଗ ଜଳବିଦ୍ୟୁତ୍ ପରିଯୋଜନା ମଧ୍ୟ ଦେଶକୁ ସମର୍ପିତ କରିଛନ୍ତି। ଏହି ପ୍ରକଳ୍ପ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ୮୦ କିଲୋମିଟରରୁ ଅଧିକ ଅଞ୍ଚଳରେ ୮୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମିତ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥଲେ ଯେ, ଏହି ଏୟାରପୋର୍ଟ ଅରୁଣାଚଳ ପ୍ରଦେଶର ଅତୀତ ଏବଂ ସଂସ୍କୃତି ର ସାକ୍ଷୀ। ଡୋନୀର ଅର୍ଥ ସୂର୍ଯ୍ୟ ଏବଂ ପୋଲେର ଅର୍ଥ ଚନ୍ଦ୍ରମା। ଇଟାନଗର  ହୋଲୋଙ୍ଗୀ ସ୍ଥିତ ଏହି ଏୟାରପୋର୍ଟ ପୂର୍ବୋତ୍ତର ରାଜ୍ୟର ପ୍ରଥମ ଏୟାପୋର୍ଟ ହେବ। ଏହି ଏୟାରପୋର୍ଟ ଏହି ସୀମାବର୍ତ୍ତୀ ରାଜ୍ୟର ବାଣିଜିକ୍ୟ ଉଡ଼ାଣ ଜରିଆରେ ଦେଶର ଅନ୍ୟ ସହର ସହ ଅରୁଣାଚଳ ପ୍ରଦେଶ ଦହ ଅନ୍ୟ ଭାଗକୁ ହେଲିକପ୍ଟର ସେବା ମାଧ୍ୟମରେ ଯୋଡ଼ିବ।

ଅନୁମାନ କରାଯାଉଛି ଏହି ଅଞ୍ଚଳରୁ ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ସେବା ଯୋଗାଇବ। ଏହାର ଶିଳାନ୍ୟାସ ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନ କରିଥିଲେ। ଏହି ଏୟାରପୋର୍ଟକୁ ୬୪୦ କୋଟିରୁ ଅଧିକ ବ୍ୟୟ ଅଟକଳରେ ୬୯୦ କୋଟିରୁ ଅଧିକ ଅଞ୍ଚଳରେ ବିକଶିତ ହୋଇଥିଲା। ଏହାର ରନଓ୍ବେ ୨୩୦୦ ମିଟର ଲମ୍ବ ଏବଂ ଏହା ସବୁ ପାଣିପାଗରେ କାମ କରିବା ପାଇଁ ଅନୁକୂଳ। ବିମାନ ବନ୍ଦରର ଟର୍ମିନାଲର ନିର୍ମାଣ ପାଇଁ ୯୫୫ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଠାରୁ ପ୍ରତି ଘଣ୍ଟାରେ ପ୍ରାୟ ୨୦୦ ଯାତ୍ରୀ ଉଡ଼ାଣ ଭରିପାରିବେ।

Related Articles

Back to top button